ଏବେଠାରୁ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ନିଷିଦ୍ଧ, ଆରମ୍ଭ ହେଲା ବିଏମ୍‌ସିର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(କେନ୍ୟୁଜ୍): ଗତକାଲି ଠାରୁ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ନିଷିଦ୍ଧ । ଏନେଇ କଠୋର ହୋଇଛି ବିଏମ୍‌ସି। କାର୍ଯ୍ୟାନୁଷ୍ଠାନ ସହ ସଚେତନତା ପାଇଁ ଗଠନ ହୋଇଥିବା ଟିମ୍‌ ।

ଗତକାଲିଠୁ ଅଚାନକ ଚଢ଼ଉ ଆରମ୍ଭ କରିଛି। ଗଠନ ହୋଇଥିବା କେନ୍ଦ୍ରୀୟ ଓ ଜୋନ୍‌ ସ୍ତରୀୟ ଟିମ୍‌ ଦ୍ବାରା ଭୁବନେଶ୍ବରକୁ ପଲିଥିନ୍‌ମୁକ୍ତ ସହର କରିବା ପାଇଁ ବିଏମ୍‌ସି କାମ ଆରମ୍ଭ କରିଦେଇଛି। ହେଲେ ପଲିଥିନ୍‌ ବ୍ୟାଗ୍‌ର ବିକଳ୍ପ ଯଥେଷ୍ଟ ପରିମାଣରେ ଏଯାଏଁ ବଜାରରେ ଉପଲବ୍ଧ ହୋଇନାହିଁ। ୪ ବର୍ଷ ବିତି ଯାଇଥିଲେ ମଧ୍ୟ ବିଏମ୍‌ସି ଏହି ବିକଳ୍ପ ବ୍ୟବସ୍ଥା କରିପାରିଲା ନାହିଁ। ଏଣୁ ଏଥର ମିସନ ସଫଳ ହେବ କେମିତି ବୋଲି ପ୍ରଶ୍ନ ଉଠିଛି।

ତେବେ ଏହାକୁ ଆଖି ଆଗରେ ରଖି ବିଏମ୍‌ସି ବିକଳ୍ପ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ଏହି ବିକଳ୍ପ ବ୍ୟାଗ୍ ପ୍ରସ୍ତୁତ କରିବାକୁ ଋଣ ସହ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ଘୋଷଣା କରିଛି। ପ୍ରଦୂଷଣ ବୋର୍ଡ ପରାମର୍ଶରେ ଏହି ବିକଳ୍ପ ବ୍ୟାଗ୍‌ ଉତ୍ପାଦନ ଓ ବିକ୍ରି ପାଇଁ ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.