ରାଜଧାନୀ ବାସିନ୍ଦାଙ୍କ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ: ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟିରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ

କେନ୍ୟୁଜ୍(ବ୍ୟୁରୋ):ଶୀତଋତୁରେ କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ ଜାରି ହେଲା ନୂଆ ଗାଇଡଲାଇନ । ଏଣିକି ବିଏମସି ଅଞ୍ଚଳରେ ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟିରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ଭାଗ ନେବାକୁ ଅନୁମତି ମିଳିବ । ଏହାକୁ ସୁନିଶ୍ଚିତ କରିବା ପାଇଁ କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ ଓ ଆୟୋଜକ ଉତ୍ତରଦାୟୀ ରହିବେ । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ବିଏମସିରୁ ଅନୁମତି ନେବା ବାଧ୍ୟତାମୂଳକ । ସାରି ଓ ଇଲି ଲକ୍ଷଣ ଥିବା ଲୋକଙ୍କୁ ଭାଗ ନେବା ପାଇଁ ଅନୁମତି ମିଳିବ ନାହିଁ ।

ଉତ୍ସବ ସ୍ଥଳୀରେ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ । … ଗତ ୭ ଦିନରେ ବିଏମସି ଅଞ୍ଚଳରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ଦେଢ଼ ଶହରୁ କମୁନି । ଗତକାଲି ଭୁବନେଶ୍ୱରରୁ ୧୪୯, ଅକ୍ଟୋବର ୨ ତାରିଖରେ ୧୫୭, ଅକ୍ଟୋବର ୧ରେ ୧୮୦ ଜଣ ପଜିଟିଭ୍‌ ବାହାରିଥିଲେ । ସେହିପରି ସେପ୍ଟେମ୍ବର ୩୦ରେ ଚିହ୍ନଟ ହୋଇଥିଲେ ୨୪୦ ଆକ୍ରାନ୍ତ ।

ସେପ୍ଟେମ୍ବର ୨୯ରେ ୧୭୩, ୨୮ ତାରିଖରେ ୧୪୫ ଓ ୨୭ ତାରିଖରେ ବାହାରିଥିଲେ ୧୪୭ ସଂକ୍ରମିତ । ଆଗକୁ ପାର୍ବଣ ବି ରହିଛି । ତାସହ ବିବାହ, ବ୍ରତଘର ଆଦିରେ ଭିଡ଼ ହେଲେ ସଂକ୍ରମଣ ବଢ଼ିବା ଆଶଙ୍କା ବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.