ସବୁଠୁ କମ୍‌ ଦାମରେ ମିଳୁଛି ୫୦ ଇଞ୍ଚର ପାଓ୍ଵାରଫୁଲ Redmi Smart TV, ମିଳିବ 30W ର ସାଉଣ୍ଡ

ନୂଆଦିଲ୍ଳୀ : ସିୟୋମି ଦିବାଲି ଓ୍ଵିଥ୍‌ ଏମ୍‌ ଆଇ(Diwali with Mi) ର ଆୟୋଜନ କରୁଛି । ସେଲ୍ସ ର ଶେଷ ତାରିଖ ରହିଛି ୭ ଅକ୍ଟୋବର । ଗ୍ରାହକ ଏହି ସେଲ୍ସରେ ଟିଭି,ଫୋନ ଏବଂ ଅନ୍ୟ ଜିନିଷ ଉପରେ ରିହାତି ପାଇପାରିବେ । ଏହି ସେଲ୍ସରେ ୧୯,୦୦୦ ଟଙ୍କା ଯାଏ ରିହାତି ଦିଆଯାଉଛି । ତେବେ ସ୍ମାର୍ଟ ଟିଭି କଥା କହିବାକୁ ଗଲେ ଏବେ ଲଞ୍ଚ ହୋଇଥିବା ସ୍ମାର୍ଟ ଟିଭି X ସିରିଜ ଉପରେ ଭଲ ରିହାତି ଦେଉଛି ।

ଏହି ସିରିଜର ଟିଭି ର ତିନି ସାଇଡ ୫୦ ଇଞ୍ଚ, ୫୫ ଇଞ୍ଚ ଓ ୬୫ ଇଞ୍ଚ ରେ ଆସୁଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଟିଭି କେବଳ ୩୦,୨୪୯ ଟଙ୍କାରେ ଉପଲବ୍ଧ ହେବ । ଆଜିଯାଏ ଆସିଥିବା ଟିଭି ମଧ୍ୟରେ ଏହି ଟିଭି ସବୁଠୁ କମ୍‌ । ଏହା ୩ଟି ମଡେଲରେ ଆସୁଛି । ରେଡିମି ସ୍ମାର୍ଟ ଟିଭି X65, X55, ଓ X50 ନାମରେ ଉପଲବ୍ଧ ହେଉଛି ।

ଏହି ଟିଭିରେ 64-ବିଟ୍‌ କ୍ୱାଡ-କୋର ଏବଂ A55 ପ୍ରୋସେସର ଦିଆଯାଇଛି । ଏଥିରେ 2GB ର RAM, ଏବଂ 16GB ର ଇଣ୍ଟରନାଲ ଷ୍ଟୋରେ ଜ ଦିଆଯାଇଛି । ସବୁଠୁ ବଡ଼ କଥା ହେଉଛି ଏଥିରେ 30W ସାଉଣ୍ଡ ଆଉଟ ପୁଟ ଦିଆଯାଇଛି । ଏଥିରେ ଅପଟିକାଲ ପୋର୍ଟ ଓ ଗୋଟିଏ 3.5mm ର ଅଡିଓ ଜ୍ୟାକ୍‌ ଦିଆଯାଇଛି । ଏଥିସହିତ Bluetooth 5.0 ଏବଂ ଡୁଆଲ ବ୍ୟାଣ୍ଡ Wi-Fi ବି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.