ଗୁଗଲ ଡ୍ରାଇଭରେ କିଭଳି ଜରୁରୀ ଡାଟା ରିକଭରି କରି ପାରିବେ ଜାଣି ନିଅନ୍ତୁ ସହଜ ଟ୍ରିକ୍
ସ୍ମାର୍ଟଫୋନ ଯୁଗରେ ଆଜି କାଲି ସବୁକିଛି କାମ ଫୋନରେ ସମ୍ଭବ ହେଉଛି। ତେଣୁ ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ଫୋନରେ ସେଭ ରଖିବାକୁ ପଡୁଛି। ତେବେ ଏହାରି ମଧ୍ୟରେ ଯଦି ଫୋନ ଷ୍ଟୋରେଜ ଫୁଲ ହୋଇଯାଏ ତାହେଲେ କଥା ସରିଲା। ବିଶେଷତଃ ଝିଅମାନଙ୍କ ଫୋନ ଷ୍ଟୋରେଜ ଫଟୋ ଏବଂ ଭିଡ଼ିଓ ପାଇଁ ଫୁଲ ହୋଇଯାଏ। ଏଥିପାଇଁ ଜରୁରୀ ଡାଟା ରଖିବା ଲାଗି ଫୋନରେ ଜାଗା ହିଁ ନଥାଏ।
ଏଥିପାଇଁ ସମସ୍ତେ ନିଜର ଅତି ଗୁରୁତ୍ୱପୂର୍ଣ୍ଣ ଡାଟାକୁ ଗୁଗଲ ଡ୍ରାଇଭରେ ସେଭ କରି ରଖିଥାନ୍ତି। କିନ୍ତୁ ଯଦି ସେଥିରୁ ବି ଅଜାଣତରେ ଡାଟା ଡିଲିଟ୍ ହୋଇଯାଏ ତେବେ ଏହାକୁ ପୁଣି ପାଇବା କଷ୍ଟକର ହୋଇପଡେ । ପ୍ରାୟତଃ ଏହାକୁ ଫେରି ପାଇବାର ଟେକନିକ ସମସ୍ତଙ୍କୁ ଜଣା ନଥାଏ । ଏହାର ଅର୍ଥ ନୁହେଁ ଯେ ଏଥିପାଇଁ କିଛି ଟ୍ରିକ୍ସ ନାହିଁ । କିନ୍ତୁ ପ୍ରାୟ ଲୋକ ଏହାକୁ ଜାଣି ନଥାନ୍ତି। ତେବେ ଆଜି ଏହି ଟ୍ରକ୍ ଆମେ କହିବୁ ଖାସ ଆପଣଙ୍କ ପାଇଁ ।
ଗୁଗଲ ନିଜର ପ୍ରତିଟି ୟୁଜର୍ସଙ୍କୁ 15gbର ଷ୍ଟୋରେଜ ଫ୍ରି ଦେଇଥାଏ। ଏହାପରେ ଯଦି ଆପଣଙ୍କୁ ଷ୍ଟୋରେଜ ଦରକାର ତେବେ ସେଥିପାଇଁ ଏକ୍ସଟ୍ରା ଚାର୍ଜ କରିଥାଏ। ଯେମିତି କି 100gb ପାଇଁ 130 ଟଙ୍କା, 200gb ପାଇଁ 210 ଟଙ୍କା । ଏହାସହ ପ୍ରିମିୟମ ପ୍ଲାନ ପାଇଁ 2tb ଷ୍ଟୋରେଜ ପାଇଁ0020 ଗୁଗୁଲ ଆପଣଙ୍କ ଠୁ 650 ଟଙ୍କା ନେବାର ବ୍ୟବସ୍ଥା ରହିଛି।
ଷ୍ଟେପ:
-ପ୍ରଥମେ ନିଜ ଗୁଗଲ ଡ୍ରାଇଭକୁ ଯାଆନ୍ତୁ।
– ସେଥିରେ ଥିବା ଟ୍ରାସ ଆଇକନ୍କୁ କ୍ଳିକ କରନ୍ତୁ।
-ଏଠାରେ ଆପଣ ନିଜର ସମସ୍ତ ଡିଲିଟ୍ ଫାଇଲକୁ ଦେଖି ପାରିବେ।
-ଯେଉଁ ଫାଇଲକୁ ଆପଣ ରିଷ୍ଟୋର କରିବା ପାଇଁ ଚାହୁଁଛନ୍ତି ତାହା ଉପରେ ରାଇଟ କ୍ଳିକ କରନ୍ତୁ।
-ଏହାପରେ ଆପଣଙ୍କୁ ରିଷ୍ଟୋର ଅପସନ ମିଳିଯିବ।
– ଏହାକୁ କ୍ଲିକ କରି ଆପଣ ଟ୍ରାସ ଫାଇଲରୁ ମେନ୍ ଫାଇଲକୁ ଡାଟା ଟ୍ରାନ୍ସଫର କରି ପାରିବେ।
ତେବେ ଜାଣିନିଅନ୍ତୁ ଯେ ଡ୍ରାଇଭରୁ ଡିଲିଟ୍ ହୋଇ ଯାଇଥିବା ସମସ୍ତ ଫାଇଲ ଟ୍ରାସ ଫୋଲଡରରେ ୩୦ ଦିନ ପର୍ଯ୍ୟନ୍ତ ରହିଥାଏ । ତେଣୁ ଏହି ସମୟ ମଧ୍ୟରେ ଆପଣଙ୍କୁ ସେହି ଜରୁରୀ ଫାଇଲକୁ ରିକଭର କରିବାକୁ ପଡ଼ିବ ।