ସିଲ୍‌ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ, ସୋମବାର ଖୋଲିବ

କେନ୍ୟୁଜ୍(ବ୍ୟୁରୋ):  ସିଲ୍‌ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ । ଦୁଇ ଦିନ ପାଇଁ ସିଲ୍‌ କଲା ବିଏମସି । ଭୁବନେଶ୍ୱର ଡିସିପି ଓ ବିଏମସି ଜୋନାଲ୍‌ କମିଶନରଙ୍କ ଉପସ୍ଥିତିରେ ମାର୍କେଟିଂ ସିଲ୍‌ କରାଯାଇଛି । ଲୋକ କରୋନା କଟକଣା ମାନୁ ନଥିବାରୁ ପଦକ୍ଷେପ ନେଇଛି ପ୍ରଶାସନ । ମାର୍କେଟ ବିଲ୍ଡିଂରେ ଦୋକାନୀ ଓ ଗ୍ରାହକ ମାନୁ ନାହାନ୍ତି ସାମାଜିକ ଦୂରତା ନିୟମ ।

market building 1

ବହୁ ଲୋକ ମାସ୍କ ବି ପିନ୍ଧୁ ନାହାନ୍ତି । ସଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକ । ଫଳରେ ଅଚାନକ ଚଢ଼ାଉ କରି ମାର୍କେଟ ବିଲ୍ଡିଂକୁ ସିଲ୍‌ କରିଛି ବିଏମସି ଓ ପୋଲିସ । ତେବେ ଦୁଇ ଦିନ ସପ୍ତାହନ୍ତ ସଟଡାଉନ ଥିବାରୁ ସୋମବାର ଯାଇ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.