Below header

ଭ୍ୟାକସିନ କାରଣରୁ ଆପଣଙ୍କ ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଉଥିଲେ ସେବନ କରନ୍ତୁ ଏହି ଆହାର

ସରକାରଙ୍କ ତରଫରୁ କରୋନା ଭାଇରସ ପାଇଁ ଆସିଥିବା ଭ୍ୟାକସିନକୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି । ଏହାକୁ ପ୍ରାୟ ଲୋକଙ୍କୁ ମଧ୍ୟ ଦିଆଯାଇଛି । ହେଲେ କେତେକଙ୍କ ମଧ୍ୟରେ ଏହାର ପାଶ୍ୱପ୍ରତିକ୍ରିୟା ଦେଖବାକୁ ମିଳିଛି । ତେଣୁ ଏଥିପାଇଁ ଏବେ ପ୍ରାୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଯେମିତି କି ଭ୍ୟାକସିନ ନେବା ପରେ ଲୋକଙ୍କୁ କେଉଁଭଳି ପାଶ୍ୱ ର୍ପ୍ରତିକ୍ରିୟାର ସାମ୍ନା କରିବାକୁ ପଡିବ? ଏବଂ ଏଥିପାଇଁ ଘରୋଇ ଉପଚାର କଣ?

ସୂଚନା ଅନୁଯାୟୀ ଭ୍ୟାକସିନ ନେବା ପରେ କିଛି ଜଣଙ୍କୁ ଜ୍ୱର-ଥଣ୍ଡାର ଲକ୍ଷଣ ଦେଖିବାକୁ ମିଳିଥିଲା । ଦେହରେ ପୀଡ଼ା ଅନୁଭବ ହେଉଥିଲା । ତେବେ ଏଥିପାଇଁ ହାର୍ବାର୍ଡ ନ୍ୟୁଟିସିଆନ ମନୋଚିକିତ୍ସକ ଡା. ଉମା ନାଏଡୁ ଏଥିପାଇଁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘରୋଇ ଉପଚାର ବିଷୟରେ ପୋଷ୍ଟ କରିଥିଲେ । ଭ୍ୟାକସିନ ନେବା ପରେ କିପରି ଖାଦ୍ୟ ଗ୍ରହଣ କରିବା ଉଚିତ ସେ ସଂପର୍କରେ ତଥ୍ୟ ଦେଇଥିଲେ । ଦେଖନ୍ତୁ ସେହି ପୋଷ୍ଟ ।

 

View this post on Instagram

 

A post shared by Uma Naidoo, MD (@drumanaidoo)

ସବୁଜ ପନିପରିବା:

ଭୋଜନ ସମୟରେ ସବୁଜ ପରିବା ରହିବା ନିହାତି ଆବଶ୍ୟକ । ପାଳଙ୍ଗ ଶାଗ, ବ୍ରକୋଲି ଭଳି ସବୁଜ ଓ ତଟକା ପନିପରିବା ଦେହ ପାଇଁ ଖୁବ ଉପଯୋଗୀ ହୋଇଥାଏ । ଏହା ଶରୀରରେ ଦାଗ ପଡି ଯନ୍ତ୍ରଣା ହେବା ଆଦି ସମସ୍ୟାକୁ ଦୂର କରିଥାଏ ।

 ପିଆଜ:

ପିଆଜ ଦେହ ପାଇଁ ଖୁବ ଉପକାରୀ ହୋଇଥାଏ । ଏହା ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ଶକ୍ତିଶାଳୀ କରିଥାଏ । ପିଆଜରେ ପ୍ରୋବାୟୋଟିିକ୍ସର ପରିମାଣ ଭରପୂର ମାତ୍ରାରେ ରହିଥାଏ ।

ରସୁଣ:

ରସୁଣରେ କ୍ୟାଲସିୟମ, ଆଇରନ, କପର ଓ ପୋଟାସିୟମ ଆଦି ପ୍ରଚୁର ମାତ୍ରାରେ ରହିଥାଏ । ଏହାର ଅନେକ ଔଷଧିୟ ଗୁଣ ରହିଛି । ଯାହା ବ୍ୟକ୍ତି ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଦେଇଥାଏ ।

ହଳଦୀ:

 ହଳଦୀ ଶରୀର ପାଇଁ ବେଶ ଉପକାରୀ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

ବ୍ଲୁ ବେରୀ:

ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଥିବା ବ୍ଲୁବେରୀ ଶରୀର ପାଇଁ ଖୁବ ଉପଯୋଗୀ । ଏହା ଶରୀରରେ ସେରୋଟୋନିନ ସ୍ତରକୁ ବଢ଼ାଇଥାଏ । ଶରୀରକୁ ସୁସ୍ଥ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.