Below header

ବାଲୁଗାଁ: ବଡ଼କୁଳ ନିକଟ ପାନ୍ଥନିବାସରେ ଅନୁଷ୍ଠିତ ହେଲା ନୌଚାଳନା ପ୍ରତିଯୋଗୀତା, ଭାଗ ନେଲେ ୧୪୦ ଜଣ ପ୍ରତିଯୋଗୀ

ବାଲୁଗାଁ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ନିକଟ ପାନ୍ଥନିବାସଠାରେ ନୌଚାଳନା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । ଆଇ.ଏନ.ଏସ ଚିଲିକା ଦ୍ୱାରା ପ୍ରଥମ ଥର ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆହୁଲା ମରା ଡଙ୍ଗା ଏବଂ କାତ ମରା ଡଙ୍ଗା ଦୁଇ ଭାଗରେ ଏହି ପ୍ରତିଯୋଗୀତା ହୋଇଥିଲା । ଉଭୟ ବିଭାଗରେ ପ୍ରାୟ ୧୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

boat race chilikaଆହୁଲା ମରା ପ୍ରତିଯୋଗୀତାରେ ମା ନାରାୟଣୀ ଶାନ୍ତି ନଗର ବାଲୁଗାଁ ଏବଂ କାତ ମରାରେ ଜୟନ୍ତପୁର ବରଡିର ମା ଯୋଗମାୟା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତେବେ ଏଭଳି କାର୍ଯ୍ୟକ୍ରମ କରିବାର ମୂଳ ଉଦ୍ଦେଶ୍ୟ ଥିଲା ମତ୍ସ୍ୟଜୀବୀ ଏବଂ ନୌସେନା ମଧ୍ୟ ସୁସମ୍ପର୍କ ସ୍ଥାପନ କରିବା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.