ହୋଟେଲ୍‌ ମାଲିକ ସାବଧାନ୍‌! ଗ୍ରାହକଙ୍କ ଗାଡ଼ିକୁ ଦିଅନ୍ତୁ ସୁରକ୍ଷା ନ ହେଲେ ଗଣିବେ ମୋଟା ଅଙ୍କର ଜରିମାନା

ପ୍ରାୟତଃ ହୋଟେଲ୍‌ ସାମ୍ନାରେ ଥିବା ପାର୍କିଂସ୍ଥଳରେ ନିଜ ଦାୟିତ୍ୱରେ ଗାଡ଼ି ରଖନ୍ତୁ ବୋଲି ଲେଖାଯାଇଥାଏ। ଏହାର ଅର୍ଥ ଯଦି ସେଠାରେ ପାର୍କିଂ କରିଥିବା କୌଣସି ଗାଡ଼ି ଚୋରି ହୁଏ, ତେବେ ସେଥିପାଇଁ ହୋଟେଲ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ହୋଟେଲ୍‌ ମାଲିକଙ୍କ ଏଭଳି ମନମୁଖି କାମ ଦେଖି ସୁପ୍ରିମ୍‌କୋର୍ଟ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ମୁତାବକ ହୋଟେଲ୍‌ ପାର୍କିଂରୁ ଗାଡ଼ି ଚୋରି ହେଲେ ଏଥିପାଇଁ ସମ୍ପୃକ୍ତ ହୋଟେଲ ଦାୟୀ ରହିବ। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ପାର୍କିଂରେ ଗାଡ଼ି ରଖି ସାରି ମାଲିକ ଗାଡ଼ିର ଚାବି ହୋଟେଲ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି ଏବଂ ଏହି ସମୟରେ ଗାଡ଼ିର କୌଣସି କ୍ଷତି ଘଟିଲା ବା ଚୋରି ହେଲା, ତେବେ ହୋଟେଲ ମାଲିକ ଏଥିପାଇଁ କ୍ଷତିପୂରଣ ଦେବାକୁ ବାଧ୍ୟ।

ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ (NCPRC)ଙ୍କ ନିଷ୍ପତ୍ତିକୁ ସମ୍ମତି ଜଣାଇ ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୮ ମସିହାରେ ଦିଲ୍ଲୀର ତାଜମହଲ ହୋଟେଲରୁ ଜଣେ ବ୍ୟକ୍ତିଙ୍କ ମାରୁତି ଜେନ୍‌ କାର ପାର୍କିଂରୁ ଚୋରି ହୋଇଯାଇଥିଲା। ଏହି ମାମଲାରେ NCPRC ସମ୍ପୃକ୍ତ ହୋଟେଲକୁ ଦାୟୀ କରିଥିଲେ। କମିଶନ କହିଥିଲେ, ଯେ ଗ୍ରାହକ ଯେଉଁ ଅବସ୍ଥାରେ ହୋଟେଲରେ ଗାଡ଼ି ପାର୍କିଂ କରୁଛି ତାକୁ ସେହି ଅବସ୍ଥାରେ ମିଳିବା ଆବଶ୍ୟକ। ଏହି ମାମଲାରେ ଦିଲ୍ଲୀର ତାଜମହଲ ହୋଟେଲ ଉପରେ ଆୟୋଗ ୨.୮ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ।

ଏହାସହ ପଢ଼ନ୍ତୁ: ବିମାନରେ ଚାଲିଗଲା ୪ ମାସର ଶିଶୁର ଜୀବନ, ଜାଣିପାରିଲେନି ପରିବାର ଲୋକେ

ସୁପ୍ରିମ୍‌କୋର୍ଟ କହିଛନ୍ତି, ହୋଟେଲ ଏହା କହି ବର୍ତ୍ତିପାରିବନି ଯେ ପାକିଂ ସର୍ଭିସ ମାଗଣା। କାରଣ ଗ୍ରାହକ ରୁମ୍‌, ଖାଦ୍ୟ, ଏଣ୍ଟ୍ରି ଫିସ୍‌ ଆଦି ପାଇଁ ପୂର୍ବରୁ ହିଁ ଟଙ୍କା ଦେଉଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯଦି ଠିକ୍‌ ପ୍ରମାଣ ଥିବ ହୋଟେଲ୍‌ ଏହି ଅର୍ଥ ପୈଠ କରିବାରୁ ବର୍ତ୍ତିପାରିବ। ତେବେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଯୋଗୁ ଗ୍ରାହକମାନେ ଫାଇଦା ପାଇବେ ବୋଲି ଜଣାଯାଇଛି।

Leave A Reply

Your email address will not be published.