ଦୀପିକା ଉଠାଇଲେ କଇଁଚି ଏବଂ କାଟିଦେଲେ ରଣବୀରଙ୍କ ନିଶ, ଭାଇରଲ ହେଲା ଭିଡିଓ

ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ଅଧିକାଂଶ ଆକ୍ଟିଭ ରହିଥାନ୍ତି । ଦୁହେଁ ନିଜର ଫ୍ୟାନ୍ସ ମାନଙ୍କ ପାଇଁ ପ୍ରାୟତଃ ନିଜର ଭିଡିଓ ସେୟାର ମଧ୍ୟ କରିଥାନ୍ତି । ନିକଟରେ ଦୁହେଁ ନିଜର ପ୍ରଥମ ବିବାହବାର୍ଷିକ ଅବସରରେ ଗୋଲଡେନ ଟେମ୍ପଲ ଏବଂ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ତେବେ ଦୀପିକା ଏବଂ ରଣବୀରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଦୁଇଜଣଙ୍କର ଏହି ଭିଡିଓକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିବା ସହିତ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

 

View this post on Instagram

 

These two are pure cuteness and that’s how a couple should be like 😍 Don’t you agree?

A post shared by F I L M Y G Y A N (@filmygyan) on

video courtesy ‘filmygyan’

ଏହି ଭିଡିଓରେ ଦୀପିକା ଅତି ଖୁସୀର ସହ ଏକ କଇଁଚି ଧରି ରଣବୀର ସିଂଙ୍କ ନିଶ କଟୁଥିବାର ଦେଖିବାକୁ ମିଳିଛି । ନିଶ କାଟିବା ପରେ ରଣବୀର ଅଜବ ଗଜବ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଏହି ଭିଡିଓକୁ “ଫିଲ୍ମି ଜ୍ଞାନ”ର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ଚାରି ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।

ଏହାସହ ପଢନ୍ତୁ ଖୁବ ଶୀଘ୍ର ବଲିଉଡରେ ପାଦ ଥାପିବେ ମିସ ୱାର୍ଲଡ ମାନୁଷୀ ଚିଲ୍ଲାର

 

View this post on Instagram

 

#Cannes2019

A post shared by Deepika Padukone (@deepikapadukone) on

ସୂଚନା ଅନୂଯାୟୀ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂ ଗତବର୍ଷ ନଭେମ୍ବର ମାସରେ ବିବାହ କରିଥିଲେ । ଏହି ଦୁଇଜଣଙ୍କ ଯୋଡି ବଲିଉଡର ସବୁଠାରୁ ବେଷ୍ଟ ଯୋଡି ମଧ୍ୟରେ ଗୋଟିଏ । ନିକଟରେ ଏମାନଙ୍କର ଏକ ଅପକମିଙ୍ଗ ଫିଲ୍ମ “83” ଆସିବାକୁ ଯାଉଛି ଯେଉଁଥିରେ ଦୀପିକା ରଣବୀରଙ୍କ ପତ୍ନୀ ଭୂମିକାରେ ନଜରକୁ ଆସିବେ ।

Leave A Reply

Your email address will not be published.