Below header

କାର୍ତ୍ତିକ ପୂର୍ଣ୍ଣିମାରେ ଉତ୍ସବମୁଖର ଚିଲିକା ବ୍ଳକ ଚଣ୍ଡେଶ୍ୱର ଦେବ ପୀଠ, ୨ଶହ ବର୍ଷ ଧରି ଧୁମଧାମରେ ପାଳିତ ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା

ବାଲୁଗାଁ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅଧିନସ୍ଥ ଚଣ୍ଡେଶ୍ୱର ଦେବ ପୀଠ । ଦୀର୍ଘ ୨ଶହ ବର୍ଷ ଧରି ଏହି ପୀଠରେ ବେଶ ଧୁମଧାମରେ ପାଳିତ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ପ୍ରାୟ ଏକ ମାସ ଧରି ଏହି ପୂଜା ଚାଲେ । ଏହି ଯାତ୍ରାରେ ମୁଖ୍ୟତଃ ବିବାହ କାର୍ଯ୍ୟ ପାଇଁ ଖଟ, ଆଲମିରା, ବୋଝ ବାଉଁଶିଆ, ପଥର ଶିଳ ଘୋରଣା, ପିତଳ ଆଲୁମିନିୟମର ଘର କରଣା ଓ ଆଖୁ ପାଇଁ ବେଶ ପ୍ରସିଦ୍ଧ ଅର୍ଜନ କରିଛି ।

chandeswar

ଏହି ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାୂର ହଜାର ଲୋକଙ୍କ ସମାଗମ ହୋଇଥାଏ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି । ବେପାର ମଧ୍ୟ ଭଲ ଚାଲିଥିବା ବ୍ୟବସାୟୀ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.