Below header

ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣା : ଜଣେ ମୃତ, ଜଣେ ନିଖୋଜ

ବ୍ରାହ୍ମଣୀ ନଦୀରେ ବଡ଼ ଦୁର୍ଘଟଣା । ୨୫ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଡ଼ଙ୍ଗା ଭାରସାମ୍ୟ ହରାଇ ବୁଡିଯାଇଛି । ଫଳରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ, ଜଣେ ନିଖୋଜ ରହିଛି।

ରାଜନଗର (କେନ୍ୟୁଜ): ବ୍ରାହ୍ମଣୀରେ ବୁଡ଼ିଲା ଡଙ୍ଗା। ରାଜନଗର ଏକମାଣିଆ – କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା। ଡଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ନାବାଳକ ଦେବେନ୍ଦ୍ର ବେହେରାଭ୍କ ମୃତ୍ୟୁ ହୋଇଛି । ନାଉରିଆ ସୁଦର୍ଶନ ସ୍ୱାଇଁ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ,ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି । ଆଜି ସକାଳେ ୨୫ ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାଟି ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡ଼ାଗଡ଼କୁ ଯାଉଥିଲା। କୂଳରୁ କିଛି ବାଟ ଗଲା ପରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.