ଯବାନଙ୍କୁ ଉଡାଇବା ପାଇଁ ୫୦ କିଲୋ ବିସ୍ଫୋରଣ ଖଞ୍ଜିଥିଲେ ନକ୍ସଲି, ବିସ୍ଫୋରଣରେ ଗାଡି ୨୦ ଫୁଟ ଉପରକୁ ଉଠିଥିଲା

ଯବାନଙ୍କୁ ଉଡାଇବା ପାଇଁ ନକ୍ସଲି ବ୍ୟବହାର କରିଥିଲେ ୫୦ କିଲୋ ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ୧୦ ଫୁଟର ଗଭୀର ଗାତ ହୋଇଯାଇଥିଲା । ବିସ୍ଫୋରଣରେ ଗାଡି ୨୦ ଫୁଟ ଉପରକୁ ଉଠି ତଳେ ପଡିଥିଲା । ସହିଦ ଯବାନଙ୍କୁ ଦିନ ୧୧ଟାରେ ଗାର୍ଡ ଅଫ୍‌ ଅନର ଦିଆଯିବ ।

ଛତିଶଗଡର ଦନ୍ତେଓ୍ଵାଡାର ଅରନପୁର ଥାନା ଅଞ୍ଚଳରେ ନକ୍ସଲମାନେ ବଡ ଧରଣର ହମଲାରେ ୧୧ ଯବାନ ସହିଦ ହୋଇଛନ୍ତି । ଏଥିରେ ଆଇଇଡିର ବ୍ୟବହାର କରାଯାଇଥିଲା । ଏହି ନକ୍ସଲ ଆକ୍ରମଣ ପଛରେ ହିଡମା । ରାୟପୁର ଠାରୁ ୪୫୦ କିମି ଦୂରରେ ଏହି ହମଲା ହୋଇଛି। ଯବାନଙ୍କୁ ଉଡାଇବା ପାଇଁ ବ୍ୟବହାର କରିଥିଲେ ୫୦ କିଲୋ ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ୧୦ ଫୁଟର ଗଭୀର ଗାତ ହୋଇଯାଇଥିଲା । ବିସ୍ଫୋରଣରେ ଗାଡି ୨୦ ଫୁଟ ଉପରକୁ ଉଠି ତଳେ ପଡିଥିଲା । ଘଟଣା ସ୍ଥଳରୁ ପାଇଁ ୧୫୦ ମିଟର ଦୂରରେ ପଡିଛି ଗାଡିର ଭଗ୍ନାବଶେଷ । ୨୦ ଫୁଟର ପିଚୁ ରାସ୍ତା ଦୁଇଫାଳ ହୋଇଯାଇଥିଲା । ସହିଦ ଯବାନଙ୍କୁ ଦିନ ୧୧ଟାରେ ଗାର୍ଡ ଅଫ୍‌ ଅନର ଦିଆଯିବ ।

ସୂଚନା ଅନୁସାରେ, ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗୋଟିଏ ଗାଡ଼ିରେ ୧୦ ଜଣ ଡିଆରଜି ଯବାନ ଅପରେସନରେ ବାହାରିଥିଲେ। ସେମାନେ ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ ଆଇଆଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି। ସେନା ଗାଡି ମିଳିନଥିରୁ ଭଡା ଗାଡି ବ୍ୟବହାର କରିଥିଲେ ଯବାନ ବୋଲି ଖବର ମିଳିଛି ।

ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜୋଗା ସୋଡି, ମୁନାରାମ କତଡି, ସନ୍ତୋଷ ତାମୋ, ଦୁଲଗ ମରାଣ୍ଡି, ଲଖମୁ ମରକାମ, ହରିରାମ ମଣ୍ଡାବି, ଜଗଦୀପ କବାସୀ, ରାଜୁରାମ କର, ଜୟରାମ ପୋଡିରାମ, ଡ୍ରାଇଭର ଧନୀରାମ ଯାଦବ ।

ଗତକାଲି ଛତିଶଗଡ଼ରେ ହୋଇଥିବା ନକ୍ସଲ ହମଲା ପଛରେ ରହିଛି ହିଡମାନ୍ନା ହିଡମାର ହାତ । ସୁକମା ଜିଲ୍ଲାର ପୂଭାର୍ତ୍ତି ଗାଁର ହେଉଛି ହିଡମା । ଯିଏ ୧୬ ବର୍ଷ ବୟସରେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲା । ଏବେ ହିଡମାର ବୟସ ୪୨ ବର୍ଷ ହେବ । ବହୁ ନକ୍ସଲ କାଣ୍ଡରେ ସେ ମୁଖ୍ୟ ଭୂମିକା ନିଭାଇଛି । ଛତିଶଗଡ଼ରେ ହୋଇଥିବା ବଡ଼ ବଡ଼ ହମଲାରେ ପଛାରେ ହିଡମା ରହିଛି । ହିଡମାକୁ ଲାଲ ବାହିନୀର ପୋଷ୍ଟର ବୟ ବୋଲି କୁହାଯାଏ ।

ବିରାପ୍ପନ ଭଳି ତାର ନେଟଓ୍ଵର୍କ ଓ ଫୌଜ୍‌ । ଲୁଚିକି ହମଲା କରିବାରେ ସେ ବେଶ ମାହିର । ଯବାନଙ୍କୁ ଟାର୍ଗେଟ କରିଥାଏ ହିଡମା । ସେ ପିଏଲଜିଏ ସଙ୍ଗଠନର ମୁଖ୍ୟ । ୧୮୦ରୁ ୨୫୦ ମାଓବାଦୀ ତା ସଙ୍ଗଠନରେ ଅଛନ୍ତି । କିଛି ମହିଳା ମାଓବାଦୀ ମଧ୍ୟ ହିଡମା ସଙ୍ଗଠନରେ ଅଛନ୍ତି । ଏହାସହ ସେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ୍‌ କମିଟିର ସଦସ୍ୟ ରହିଛି । ୧୬ ବର୍ଷ ବୟସରେ ସେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲା । ତାର ଏବେକାର କୌଣସି ଫଟୋ ବା ଭିଡିଓ କାହା ପାଖରେ ନାହିଁ । ହିଡମା ଉପରେ ରହିଛି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.