ବର୍ଷା ଓ ବରଫପାତ ମଧ୍ୟରେ ଖୋଲିଲା ବଦ୍ରିନାଥଙ୍କ କପାଟ, ହେଲିକପ୍ଟରରେ ହେଲା ଫୁଲ ବର୍ଷା
ଚଳିତବର୍ଷ ଚାରିଧାମ ଯାତ୍ରା ୨୨ ଏପ୍ରିଲରୁ ଆରମ୍ଭ ହୋଇଛି । ୨୫ ତାରିଖରୁ କେଦାରନାଥ ଧାମର କପାଟ ଖୋଲିଥିବା ବେଳେ ଆଜି ସକାଳୁ ବଦ୍ରିନାଥଙ୍କ କପାଟ ଖୋଲିଛି । ବାବାଙ୍କ କପାଟ ଖୋଲିବା ପରେ ହେଲିକପ୍ଟରରେ ଫୁଲ ବର୍ଷା ହୋଇଛି । ଏଠାରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି ।

ଉତ୍ତରାଖଣ୍ଡର ହିମାଳୟ କ୍ଷେତ୍ରରେ ସ୍ଥିତି ବାବା ବଦ୍ରିନାଥ ଧାମର କପାଟ ଆଜି ସକାଳେ ଖୋଲିଛି । ସକାଳ ୭.୧୦ ମିନିଟରେ ବାବାଙ୍କ କପାଟ ଖୋଲିଛି । ବାବା ବଦ୍ରିନାଥଙ୍କ କପାଟ ଖୋଲିବା ପରେ ହେଲିକପ୍ଟରରେ ଫୁଲ ବର୍ଷା କରାଯାଇଛି । ମନ୍ଦିରକୁ ୧୫ କୁଇଣ୍ଟାଲ ଫୁଲରେ ସଜାଯାଇଛି । କପାଟ ୬ ମାସ ବନ୍ଦ ରହିବା ପରେ ଆଜି ସକାଳେ ଖୋଲିଛି । ବାବାଙ୍କ ଦ୍ୱାରା ଖୋଲିବା ପୂର୍ବରୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । କେଦାରନାଥ ଧାମ ଭଳି ଆଜି ବଦ୍ରିନାଥରେ ମଧ୍ୟ ପ୍ରବଳ ତୁଷାରପାତ ହେଉଛି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ପ୍ରଥମ ପୂଜା ଏବଂ ଆରତୀ କରାଯାଇଥିଲା। ITBP ର ବ୍ୟାଣ୍ଡ ବ୍ୟତୀତ ଗରହୱାଲ ସ୍କାଉଟ୍ସ ମଧ୍ୟ ଏହି ଅବସରରେ ପ୍ରଦର୍ଶନ କରିଥିଲେ। କବାଟ ଖୋଲିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ଅଭିମୁକେତେଶ୍ୱରନନ୍ଦ ମନ୍ଦିରରେ ପହଞ୍ଚିଥିଲେ।
ଧାର୍ମିକ ମାନ୍ୟତା ଅନୁସାରେ, ଯେଉଁଠାରେ ଭଗବାନ ବିଷ୍ଣୁ ୧୨ ମାସ ରହନ୍ତି, ସେହି ବ୍ରହ୍ମାଣ୍ଡର ଅଷ୍ଟମ ବୈକୁଣ୍ଠ ଧାମ ବଦ୍ରିନାଥ ଭାବରେ ଜଣାଶୁଣା।
#WATCH | The portals of Badrinath Dham opened amid melodious tunes of the Army band and chants of Jai Badri Vishal by the devotees. pic.twitter.com/hoqrP2Tpyq
— ANI (@ANI) April 27, 2023
ଚଳିତବର୍ଷ ଚାରିଧାମ ଯାତ୍ରା ୨୨ ଏପ୍ରିଲରୁ ଆରମ୍ଭ ହୋଇଛି । ୨୫ ତାରିଖରୁ କେଦାରନାଥ ଧାମର କପାଟ ଖୋଲିଥିବା ବେଳେ ଆଜି ସକାଳୁ ବଦ୍ରିନାଥଙ୍କ କପାଟ ଖୋଲିଛି । କପାଟ ଖୋଲିବା ପୂର୍ବରୁ ବୁଧବାର ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିସାରିଛନ୍ତି ।
ତେବେ ଗତ ୨୫ ତାରିଖରେ ବାବା କେଦାରନାଥଙ୍କ କପାଟ ବିଧିବିଧାନରେ ଖୋଲିଥିଲା । ବଦ୍ରିନାଥଙ୍କ ଭଳି କେଦାରନାଥ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନାମରେ ରୁଦ୍ରାଭିଷେକ ହୋଇଥିଲା ।
ସୂଚନାଯୋଗ୍ୟ, ବଦ୍ରିନାଥ ଏବଂ କେଦାରନାଥ ଧାମରେ ବରଫ ବର୍ଷା ହେଉଛି । ଗୋଟେ ଫୁଟରୁ ଅଧିକ ବରଫ ଜମି ରହିଛି । ମନ୍ଦିରକୁ ଯିବା ବାଟରୁ ବରଫ ହଟାଇ ଦିଆଯାଇଛି । ଗତ କିଛିଦିନରେ ଲଗାତାର ବରଫ ବର୍ଷା ହେବା ଯୋଗୁଁ କେଦାରନାଥ ଧାମରେ ରେଜିଷ୍ଟ୍ରେସନ ୩୦ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ କେଦାରନାଥ ଧାମ ସ୍ଥଳର ପାଣିପାଗ ଖରାପ ରହିବ । ବରଫପାତ କିମ୍ବା ବର୍ଷା ହେବା ଯୋଗୁଁ ଭୟରେ ଯାତ୍ରୀଙ୍କୁ ଭଦ୍ରକାଳୀ ଏବଂ ବ୍ୟାସୀ ପାଖରେ ଅଟକାଯାଉଛି ।
ତେବେ ପାଣିପାଗ ସ୍ଥିତି ଦେଖି ଆଗକୁ ଯାତ୍ରା ବିଷୟରେ ନିଷ୍ପତ୍ତି ନିଆଯିବ । ଯଦି ପାଗ ଅନୁକୂଳ ରହିଲା ତେବେ ମଙ୍ଗଳବାରରୁ ଯାତ୍ରୀଙ୍କୁ ଅନୁମତି ମିଳିବ । ଏହି ବର୍ଷ କେଦାରନାଥ ଯାତ୍ରା ପାଇଁ ପାଖାପାଖି ୬ ଲକ୍ଷ ରେଜିଷ୍ଟ୍ରେସନ ହୋଇଛି । ୨୫ ଏପ୍ରିଲରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭକ୍ତ ମନ୍ଦିର ଯିବାକୁ ରେଜିଷ୍ଟ୍ରେସନ କରିଛନ୍ତି ।