କେନ୍ଦ୍ରାପଡା ଗସ୍ତରେ ଯିବେ 5-T ସଚିବ, ଷ୍ଟିଲ ପ୍ଲାଣ୍ଟର ଭୌଗଳିକ ସ୍ଥିତି ସମୀକ୍ଷା ସହ ଚିକିତ୍ସାଳୟ କରିବେ ପରିଦର୍ଶନ

ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ପାଟକୁରା, କେନ୍ଦ୍ରାପଡା, ରାଜନଗର ଓ ମହାକାଳପଡ଼ାର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ ଟି ସଚିବ ।

(କେନ୍ୟୁଜ): ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ପାଟକୁରା, କେନ୍ଦ୍ରାପଡା, ରାଜନଗର ଓ ମହାକାଳପଡ଼ାର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ ଟି ସଚିବ । ମହାକାଳପଡ଼ା ଆଡଇରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ଭୌଗଳିକ ସ୍ଥିତି ସମୀକ୍ଷା କରିବେ । ଏହାସହ ଡେରାବିଶ ବ୍ଲକ୍‌ ଅଫିସରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରିବେ । ମିଶନ ଶକ୍ତି ମାଆ ମାନଙ୍କ ସହିତ ଆଲୋଚନା କରିବେ ଭି କେ ପାଣ୍ଡିଆନ୍‌ । ଗସ୍ତ ସମୟରେ ବିଭିନ୍ନ ଧର୍ମ ଅନୁଷ୍ଠାନ ପରିଦର୍ଶନ କରିବେ । ଡାକ୍ତରଖାନା ଓ ଫାଇଭ ଟି ସ୍କୁଲ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.