OUAT ଷ୍ଟାଫ୍‌ କ୍ୱାର୍ଟରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଚାଞ୍ଚଲ୍ୟ। ଝୁଲନ୍ତା ଅବସ୍ଥାରେ ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର। OUAT ଷ୍ଟାଫ୍‌ କ୍ୱାର୍ଟରରୁ ମହିଳା ପ୍ରଫେସର ବାସନ୍ତୀ ଜେନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି। ବାସନ୍ତୀଙ୍କ ଏକ ୬ ବର୍ଷର ଶିଶୁ ପୁତ୍ର ଥିବାବେଳେ କେଉଁ ପରିସ୍ଥିତିରେ ସେ ଏପରି ଚରମ ପଦକ୍ଷେପ ନେଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପ୍ରଫେସରଙ୍କ ଘରେ ପହଞ୍ଚି ତଦନ୍ତ ଜାରି ରଖିଛି।

ମୃତ ବାସନ୍ତୀ ଜେନା ଓ ତାଙ୍କ ସ୍ୱାମୀ ଦେବୀପ୍ରସନ୍ନ ଦାସ OUATରେ ପ୍ରଫେସର ଅଛନ୍ତି। ମୃତ ବାସନ୍ତୀ ଜେନାଙ୍କ ଭାଇ ଅଭିଯୋଗ କରିଛନ୍ତି ଭଉଣୀ ଓ ଭିଣୋଇ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ଯାହାକୁ ନେଇ ଭଉଣୀ ଚିନ୍ତାରେ ରହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.