ଆଗାମୀ ତିନି ଦିନରେ ଖସିବ ରାତି ତାପମାତ୍ରା, ବଢିବ ସାମାନ୍ୟ ଥଣ୍ଡା

ଭୁବନେଶ୍ବର(କେନ୍ଯୁଜ୍): ସ୍ୱାଭାବିକ ହେବ ରାତ୍ରି ତାପମାତ୍ରା। ବଢିବ ସାମାନ୍ୟ ଥଣ୍ଡା। ଆଗାମୀ ତିନି ଦିନରେ ଖସିବ ରାତି ତାପମାତ୍ରା । ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ଡିଗ୍ରି ସେଲସିୟସରୁ ୫ ଡିଗ୍ରି ସେଲସିୟସ ଖସିପାରେ ।

ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି। ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ କୁହୁଡ଼ି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.