ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର
ଯାଜପୁର(କେନ୍ଯୁଜ୍): ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର। ଗଙ୍ଗାଧରପୁର ନିକଟ ଏକ ବାଉଁଶ ବୁଦା ମୂଳରୁ ମୃତଦେହ ୨ଟି ଉଦ୍ଧାର କରାଯାଇଛି। ଗତକାଲି ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପାଟ ନିକଟରେ ବନ୍ୟାଜଳରେ ଭାସିଯାଇଥିଲେ ବାପା ଏବଂ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପାଟ ନିକଟରେ ।
ଭାସିଯାଇଥିବା ଦୁହେଁ ହେଲେ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର ବାପା କିଶୋର ସିଂ ଓ ପୁଅ କୈଳାସ ସିଂ। ପାଟକୁ ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଖସି ପଡିଥିଲେ । ଗତକାଲି ଓଡ୍ରାଫ୍ ଟିମ୍ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାକୋଜି କରିଥିଲେ ମଧ୍ୟ ଉଭୟଙ୍କର ସନ୍ଧାନ ପାଇନଥିଲେ।