ବହୁ ପ୍ରତୀକ୍ଷିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର (କେନ୍ଯୁଜ୍) : ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ମେଡିକାଲ କଲେଜ ଓ ହସ୍ପିଟାଲର ନାଁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି । ବହୁବର୍ଷ ହେବ ବଲାଙ୍ଗିରରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଥିଲା।

ଶହେ ଏମବିବିଏସ ସିଟ୍‌ ବିଶିଷ୍ଟ ଏହି ମେଡିକାଲ କଲେଜରେ ଚଳିତ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହୋଇଛି। ଆଜି ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ ହୋଇଛି। ଶହେ ଜଣ ଛାତ୍ରଛାତ୍ରୀ ଏହି ମେଡିକାଲ କଲେଜରେ ପାଠ ପଢିବେ । ଏହାକୁ ନେଇ ବେଶ୍‌ ଖୁସି ଅଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.