ଘାଟିରେ ଦୁର୍ଘଟଣା: ବୋଲେରୋ ଓ ମିନି ଟ୍ରକ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଗୁରୁତର

କଳାହାଣ୍ଡି କୋକସରା ଆମପାଣି ଘାଟିରେ ଦୁର୍ଘଟଣା । ବୋଲେରୋ-ମିନି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୋଲେରୋରେ ଥିବା ୧୦/୧୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା ସୂଚନା ମିଳିଛି।

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ବୋଲେରୋ ଓ ୪୦୭ ମିନି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବୋଲେରୋରେ ଥିବା ୧୦/୧୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା ସୂଚନା ମିଳିଛି। ସମସ୍ତ ଗୁରୁତର କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରରୁ ଧର୍ମଗର୍ଡ଼ ଆସୁଥିବା ସମୟରେ ଧକ୍କା ହୋଇ ଘଟିଥିଲା ଦୁର୍ଘଟଣା ।

ସୂଚନା ଅନୁସାରେ ସୋମବାର ସକାଳେ ଆନ୍ଧ୍ରପ୍ରଦେଶରୁ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳକୁ ଆସୁଥିବା ଏକ ବୋଲେରୋରେ ପ୍ରାୟ ୧୦/୧୨ ଜଣ ରହିଥିବା ବେଳେ ଆମପାଣି ମୈଦାଲପୁର ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଖବର ପାଇ କୋକସରା ଓ ମୈଦାଲପୁରର ଦୁଇଟି ୧୦୭ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ଆହତଙ୍କୁ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରାଯାଇଛି l ବର୍ତ୍ତମାନ ସେମାନଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି। ଗୁରୁତରଙ୍କ ପରିଚୟ ମିଳିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.