ସୋସିଆଲ ମିଡିଆରେ ଭାଇରଲ ହେଉଛି ଯୁଜବେନ୍ଦ୍ର ଚହଲଙ୍କ ଭିଡିଓ, ଅନ୍ୟଜଣକ ସାହାରାରେ ଚାଲୁଛନ୍ତି ଚହଲ

ନିଶାରେ ଚାଲିପାରୁନାହାନ୍ତି କି ଚହଲ ? ଭାଇରଲ ହେଉଥିବା ଭିଡିଓ ପଛରେ କ’ଣ ରହିଛି ସତ । ଭିଡିଓରେ ଚହଲ ଅସହଜ ଅନୁଭବ କରୁଥିବା ଦେଖିବାକୁ ମିଳିଛନ୍ତି । ଜଣେ ବ୍ୟକ୍ତିଙ୍କ ସାହାରାରେ ଚାଲି କାର ନିକଟକୁ ଯାଉଛନ୍ତି ଚହଲ ।

ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଚହଲଙ୍କର ଏକ ଭିଡିଓ ଭାଇରଲ ହେଉଛି । ଆଉ ଭାଇରଲ ହେଉଥିବା ଭିଡିଓରେ ଚହଲ ନିଶାସକ୍ତ ଅବସ୍ଥାରେ ରହିଥିବା ଫ୍ୟାନ୍ସ କହୁଥିବା ଚର୍ଚ୍ଚା ହେଉଛି ।

ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଚହଲଙ୍କୁ କିଭଳି ଜଣେ ବ୍ୟକ୍ତି ନିଜ କାର ପାଖକୁ ନେଇ ଯାଉଛନ୍ତି । ଠିକ୍‌ ଭାବେ ଚାଲିପାରୁନାହାନ୍ତି ଚହଲ । ଜଣେ ବ୍ୟକ୍ତିଙ୍କର ସାହାରା ନେଇ ଚାଲୁଛନ୍ତି । ବ୍ୟକ୍ତି ଜଣକ ଚହଲଙ୍କୁ କାରରେ ବସାଇ ଦେଇ ଆସୁଛନ୍ତି । କାରରେ ବସିବା ପାଇଁ ଚହଲ ମଧ୍ୟ ଅସହଜ ଅନୁଭବ କରୁଛନ୍ତି । ଆଉ ଚହଲ ଯେଉଁ କାରରେ ବସୁଛନ୍ତି, ସେଥିରେ ମୁମ୍ବାଇ ଇଣ୍ଡିଆନ୍ସର ଲୋଗୋ ଲାଗିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଭାଇରଲ ହେଉଥିବା ଭିଡିଓ ରୋହିତ ଶର୍ମାଙ୍କ ଜନ୍ମଦିନ ପାର୍ଟିର ବୋଲି ଖବର ମିଳିଛି । ତେବେ ଏହାର ସତ୍ୟତା ଏଯାଏଁ ଜଣାପଡିନାହିଁ । ତେବେ ଚହଲ ନିଶାରେ ଥିଲେ କି ଅନ୍ୟ କୌଣସି କାରଣ ଯୋଗୁଁ ଅସହଜ ଅନୁଭବ କରୁଥିଲେ, ତାହା ଜଣାପଡିନାହିଁ । ଭିଡିଓକୁ ଦେଖି ଲୋକେ ଅନେକ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।

ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଆଇପିଏଲ୍‌ ୨୦୨୩ରେ ରାଜସ୍ଥାନ ରୟାଲ୍ସ ଟିମରୁ ଖେଳୁଛନ୍ତି । ଚହଲ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ବୋଲର ମଧ୍ୟରେ ଅନ୍ୟତମ । ରାଜସ୍ଥାନ ଏଯାଏଁ ୮ଟି ମ୍ୟାଚ ଖେଳିଥିବା ବେଳେ ୫ଟି ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.