Below header

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି, ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍‌

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି । ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ବେଙ୍ଗାଲୁରୁରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । କର୍ଣ୍ଣାଟକର ବିପିଏଲ ପରିବାରକୁ ବାର୍ଷିକ ୩ଟି ମାଗଣା ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ । ଦିନକୁ ଅଧ ଲିଟର ନନ୍ଦିନୀ କ୍ଷୀର ଓ ୫ କିଲୋ ଶ୍ରୀ ଅନ୍ନ ଦିଆଯିବ । ନିର୍ମାଣ ଶିଳ୍ପରେ ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇ ଦିଆଯିବ । ଆପାର୍ଟମେଣ୍ଟ ଓନରସିପ ଆଇନ, ୧୯୭୨ରେ ପରିବର୍ତ୍ତନ କରାଯିବ ବୋଲି ନଡ୍ଡାଙ୍କ ପ୍ରତିଶୃତି ।

କେନ୍ୟୁଜ୍‌(ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି । ସୋମବାର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ବେଙ୍ଗାଲୁରୁରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଉପସ୍ଥିତ ରହିଥିଲେ ।

ବିଜେପରି ଜାରି ଇସ୍ତାହାର ଅନୁଯାୟୀ କର୍ଣ୍ଣାଟକର ବିପିଏଲ ପରିବାରକୁ ବାର୍ଷିକ ୩ଟି ମାଗଣା ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ । ୟୁଗାଡି, ଗଣେଷ ଚତୁର୍ଥୀ ଓ ଦୀପାବଳି ଅବସରରେ ଏହି ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଏହାସହ ପୋଷଣ ସ୍କିମ ଜରିଆରେ ପ୍ରତ୍ୟେକ ବିପିଏଲ ପରିବାରକୁ ଦିନକୁ ଅଧ ଲିଟର ନନ୍ଦିନୀ କ୍ଷୀର ଓ ୫ କିଲୋ ଶ୍ରୀ ଅନ୍ନ ଦିଆଯିବ ।

ଏହାସହ କର୍ଣ୍ଣାଟକରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରାଯିବ । ସେହିପରି ନିର୍ମାଣ ଶିଳ୍ପରେ ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇ ଦିଆଯିବ । କର୍ଣ୍ଣାଟକ ଆପାର୍ଟମେଣ୍ଟ ଓନରସିପ ଆଇନ, ୧୯୭୨ରେ ପରିବର୍ତ୍ତନ କରାଯିବ ବୋଲି ନଡ୍ଡା ପ୍ରତିଶୃତି ଦେଇଥିଲେ ।

ନଡ୍ଡା ନିଜ ଭାଷଣରେ କହିଥିଲେ ଆଗାମୀ ପିଢି ପାଇଁ ବେଙ୍ଗାଲୁରୁକୁ ବିକାଶ କରାଯିବ ଏଥିପାଇଁ ଷ୍ଟେଟ କ୍ୟାପିଟାଲ ରିଜିଅନର ଟ୍ୟାଗ ପ୍ରଦାନ କରାଯିବ । ଏହାସହ କହିଥିଲେ ବେଙ୍ଗାଲୁରୁକୁ ଡିଜିଟାଲ ଇନୋଭେସନର ଗ୍ଲୋବାଲ ହେବ । ପରିବହନ ନେଟଓ୍ଵାର୍କକୁ ସୁଦୃଢ କରାଯିବା ସହ ପରିବେଷର ବିକାଶ କ୍ଷେତ୍ରରେ କାମ କରାଯିବ । ନଡ୍ଡା କହିଥିଲେ କର୍ଣ୍ଣାଟକର ପାର୍ଟି ଇସ୍ତାହାରକୁ ଏସି ରୁମରେ ବସି ତିଆରି କରାଯାଇନି । ଏଥିପାଇଁ ପରିଶ୍ରମ କରାଯାଇଛି । ବିଜେପି କାର୍ଯ୍ୟକର୍ତ୍ତା କର୍ଣ୍ଣାଟକର ପ୍ରତ୍ୟେକ କୋଣକୁ ପରିଦର୍ଶନ କରି ଏହାକୁ ତିଆରି କରିଛନ୍ତି । ଆଗାମୀ ମେ ୧୦ ତାରିଖରେ ଭୋଟ ଦେବ କର୍ଣ୍ଣାଟକ । ମେ ତାରିଖରେ ଭୋଟ ଗଣତି ସହ ଫଳ ଘୋଷଣା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.