Below header

ଘଟଗାଁ : ଭାରସାମ୍ୟ ହରାଇ ନଦୀକୁ ଖସିଲା ବୋଲେରୋ

ଘଟଗାଁ (କେନ୍ୟୁଜ୍) : ନଦୀ ଭିତରକୁ ଖସିପଡିଲା ଗାଡି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୂଷଳ ନଦୀ ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ତେବେ ଡ୍ରାଇଭର ଓ ଗାଡିରେ ଥିବା ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋଟି କେନ୍ଦୁଝରରୁ ଘଟଗାଁ ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ଭାଙ୍ଗି ନଦୀ ଭିତରକୁ ଖସିପଡିଥିଲା। ସ୍ଥାନୀୟ ଲୋକେ ଦଉଡି ସାହାଯ୍ୟରେ ଗାଡିରେ ଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଗାଡିଟି ନଦୀ ଭିତରେ ରହିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.