ପୁରୀ : ଆଜି ଶ୍ରୀମନ୍ଦିରେ ପାଳିତ ହେବ କୃଷ୍ଣ ଜନ୍ମ ନୀତି

ପୁରୀ (କେନ୍ୟୁଜ୍) : ଆଜି ଶ୍ରୀମନ୍ଦିରେ ପାଳିତ ହେବ କୃଷ୍ଣ ଜନ୍ମ ନୀତି । ସନ୍ଧ୍ୟା ଧୂପ ପରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ସରିବା ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡାମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିଥାଆନ୍ତି । ସେଠାରେ ସୁନା କୃଷ୍ଣମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନକୁ ଅଣାଯାଇଥାଏ । ମହାଜନ ସେବକ ଦୁଇ ଜଣ ଦେବକୀ ଓ ବସୁଦେବ ହୋଇ ଏହି ଜନ୍ମନୀତି ପାଳନ କରିଥାଆନ୍ତି ।

ପରେ ମଦନମୋହନଙ୍କୁ ନାଭିକଟା ମଣ୍ଡପକୁ ନିଆଯାଇ କୃଷ୍ଣ ଜନ୍ମଠାରୁ ଉପନୟନ ପର୍ୟ୍ୟନ୍ତ ନୀତି ଅନୁଷ୍ଠିତ ହୋଇଥାଏ । ପରେ ଏକ ଦୋଳିରେ ମଦନମୋହନଙ୍କୁ ରଖଯାଇ ଶେଷ କରାଯାଏ ଶ୍ରୀକୃଷ୍ଣ ଜନ୍ମନୀତି । ଏହି ଜନ୍ମନୀତି ଗୁପ୍ତ ହୋଇଥିବାରୁ ସନ୍ଧ୍ୟା ସାଢ଼େ ୫ଟାରୁ ରାତି ସାଢ଼େ ୧୦ଟା ପର୍ୟ୍ୟନ୍ତ ପ୍ରାୟ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶ୍ରୀକୃଷ୍ଣଙ୍କର ଜନ୍ମନୀତିଠାରୁ ଆରମ୍ଭ କରି କଂସ ବଦ୍ଧ ପର୍ୟ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.