ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ର କରି ଘରେ ପଶି ବୋମାମାଡ଼, ଜଣଙ୍କୁ ଖଣ୍ଡାରେ ଆକ୍ରମଣ

ଖୋର୍ଦ୍ଧା(କେନ୍ୟୁଜ୍): ଘରେ ପଶି ବୋମାମାଡ଼ । ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ର କରି ଫୁଟିଲା ବୋମା । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗାଁରେ ଏହି ବୋମାମାଡ଼ ହୋଇଛି । ଗାଁର ମଦନ ମୋହନ ପ୍ରଧାନଙ୍କ ଘରେ ପଶି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ଘରର ଆସବାବପତ୍ର ନଷ୍ଟ ହୋଇଛି । ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଗତକାଲି ଭୋଜି କରୁଥିବା ବେଳେ ଗଣ୍ଡଗୋଳକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଜଙ୍କିଆ ଥାନାରେ ଅଭିଯୋଗ ପରେ ଖୋଳତାଡ କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.