ଶୀତଦିନରେ ବାଇକ ଚଲାଇବା ସମୟରେ ଏହିସବୁ ଟିପ୍ସକୁ ମାନନ୍ତୁ, କୁହୁଡ଼ି ପାଇଁ ହେଉଥିବା ଦୁର୍ଘଟଣାରୁ ରହିବେ ଏକଦମ ସୁରକ୍ଷିତ

ଶୀତଦିନରେ ଖାସ କରି ବାଇକ ଚଲାଇବା ମୁସ୍କିଲ ହୋଇଥାଏ। କାରଣ ତ ଆପଣ ଠିକ ରେ ବି ଜାଣିଥିବେ। ଆଜ୍ଞା ହଁ ଶୀତଦିନରେ ଖାସ କରି କୁହୁଡ଼ି ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ। ଆଉ ଏ ସମସ୍ୟା କିଛି ଛୋଟ ମୋଟ ସମସ୍ୟା ନୁହେଁ। ବରଂ ଏହି କାରଣରୁ ବଡ଼ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥାଏ। ତେଣୁ ଏହିଦିନ ଗାଡ଼ି ଚଲାଇବାକୁ ନେଇ କିଛି ଜରୁରୀ ଟିପ୍ସ ଏବେଠୁ ଜାଣିନିଅନ୍ତୁ। ଯାହାକୁ ମା ନିଲେ ଆପଣ ମଧ୍ୟ ଦୁର୍ଘଟଣାରୁ ସୁରକ୍ଷିତ ରହିବେ।

ଶୀତଦିନରେ ବାଇକ ଚଲାଇବା ଖୁବ କଷ୍ଟ ହୋଇଥାଏ। କାରଣ ବାଇକରେ ଥଣ୍ଡା ବେଶି ଲାଗିଥାଏ। ବାଇକ ଚଲାଇବା ସମୟରେ ଥଣ୍ଡା ପବନ ସିଧା ଶରୀରରେ ମାଡ଼ ହୋଇଥାଏ। ଯାହା କାରଣରୁ ବାଇକରେ ବସିଥିବା ବ୍ୟକ୍ତି କୁ ଅଧିକ ସମସ୍ୟା ହୋଇଥାଏ। ଏମିତିରେ ଅନେକ ଶୀତରେ ଥରି ଗାଡ଼ି ଚଲାଇଥାନ୍ତି। ଏହି କାରଣୁ କିଛି ଜରୁରୀ ଟିପ୍ସକୁ ଜାଣିନିଅନ୍ତି। ଯାହାପରେ ଆପଣ ଆରାମରେ ବାଇକ ଚଲାଇପାରିବେ।

ବାଇକ ଚଲାଇବା ସମୟରେ ଫୁଲ ସ୍ଲିଭସ୍‌ ସାର୍ଟ ପିନ୍ଧନ୍ତୁ। ଏହାଉପରେ ଭଲ ଜ୍ୟାକେଟ ପିନ୍ଧି ନିଅନ୍ତୁ ଯେମିତି ଥଣ୍ଡା ଆପଣଙ୍କ ଦେହରେ ବାଜିବ ନାହିଁ। ସବୁଠୁ ଜରୁରୀ ହେଲମେଟ ପିନ୍ଧନ୍ତୁ। ଏହାର ଦୁଇଟି ଉପାୟ ଆପଣଙ୍କୁ ବଡ଼ ଫାଇଦା ଦେବ। ଏହାଦ୍ୱାରା କୌଣସି ଦୁର୍ଘଟଣାରୁ ସୁରକ୍ଷିତ ରହିବେ। ଏହାସହିତ ଥଣ୍ଡା ମଧ୍ୟ ଆପଣଙ୍କ ମୁହଁରେ ବାଜିବ ନାହିଁ। ଏହାଦ୍ୱାରା ଆପଣଙ୍କ ମୁଣ୍ଡ ସହିତ ମୁହଁ ଓ କାନ ରେ ପବନ ମାଡ଼ ହେବ ନାହିଁ।

ବାଇକରେ ସବୁଠୁ ଅଧିକ ଥଣ୍ଡା ମୁହଁ ଓ ଶରୀରର ଆଗ ଭାଗ ଯେମିତିକି ଛାତି କୁ ବାଜିଥାଏ। ଆପଣଙ୍କ ଚେହେରା ତ ହେଲମେଟରେ ଘୋଡ଼ି ହୋଇଯାଏ କିନ୍ତୁ ଚେଷ୍ଟରେ ଜ୍ୟାକେଟ ଥାଏ। ଅନେକ ଥର ଏହି ଜ୍ୟାକେଟରେ ଥଣ୍ଡା ମାଡ଼ ହୋଇଯାଏ। ଏମିତିରେ ଯଦି ଥଣ୍ଡା ଲାଗୁଛି ତେବେ ଏହାମଧ୍ୟରେ ନ୍ୟୁଜପେପର ଲଗାନ୍ତୁ। ଏମିତି ଏହାକୁ ରଖନ୍ତୁ ଯେମିତି ଆପଣଙ୍କ ଚେଷ୍ଟ ରୁ ପେଟ ପୁରା ଘୋଡ଼ାଇ ହୋଇଯିବ। ଏହପାରେୂ ଜ୍ୟାକେଟ ବନ୍ଦ କରିଦିଅନ୍ତୁ।

ଏହା ଆପଣ ଗରମ ଜର୍ସି ସହ ବି କରିପାରିବେ। ଏହାମଧ୍ୟରେ ଆପଣ ନ୍ୟୁଜ ପେପର ଲଗାଇ ଆପଣ ବାଇକ ଚଲାଇପାରିବେ। ଦଶର୍କବନ୍ଧୁ ମନେ ରଖନ୍ତୁ ନ୍ୟୁଜପେପର ଥଣ୍ଡାକୁ ବଡ଼ିକୁ ଟଚ୍‌ ହେବାକୁ ଦେଇନଥାଏ। ଆପଣ ନିଜ ଘରେ ଥିବା ନ୍ୟୁଜ ପେପରକୁ ମଧ୍ୟ ବ୍ୟବହାର କରିପାରିବେ। ଏମିତିରେ ଆପଣ ପେପର ଜୁଗାଡ଼ର ଭଲ ୟୁଜ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.