ଗୋଲାପଲ୍ଲୀ ଗ୍ରାମରେ ବୋମାମାଡ଼: କାରଣ ଅସ୍ପଷ୍ଟ; ପୋଲିସର ତଦନ୍ତ ଜାରି

ଛତ୍ରପୁର (କେନ୍ୟୁଜ): ଛତ୍ରପୁର ଥାନା ଅଧିନ ଗୋଲାପଲ୍ଲୀ ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ଘର ଉପରକୁ ବୋମା ମାଡ଼। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ଗ୍ରାମର ବି.ଉଦୟନାଥ ପାତ୍ରଙ୍କ ଘର ଉପରେ ହୋଇଛି ବୋମା ମାଡ଼। ଘଟଣାରେ ଛତ୍ରପୁର ପୋଲିସର ତଦନ୍ତ ଜାରି।

କିଛି ଲୋକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ସନ୍ଧାନୀ ଦଳ ପହଂଚି ଛାନଭିନ କରୁଛି । ଏହି ବୋମାମାଡ଼ରେ କେହି ଆହତ ହୋଇନଥିବା ସୂଚନା ମିଳିଛି । କିନ୍ତୁ ଘରର କିଛି ଅଂଶ ସାମାନ୍ୟ ନଷ୍ଟ ହୋଇଯାଇଛି ।