ନୟାଗଡ଼ ରାଜକିଆରି ପେଟ୍ରୋଲ ପମ୍ପରେ ବୋମାମାଡ଼: ୩ଜଣଙ୍କୁ ମରଣାତ୍ମକ ଆକ୍ରମଣ, ଲକ୍ଷାଧିକ ଟଙ୍କା ଲୁଟ୍

ନୟାଗଡ଼(କେନ୍ୟୁଜ): ନୟାଗଡ଼ ଜିଲ୍ଲା ଗଣିଆ ଠାରୁ କଣ୍ଟିଲୋ ଯିବା ରାସ୍ତା ରାଜକିଆରୀ ଛକ ନିକଟରରେ ଥିବା ପେଟ୍ରୋଲ ପମ୍ପରେ ବୋମାମାଡ଼। ବୁଧବାର ସାନ୍ଧ୍ୟ ୮ଟା ସମୟରେ ରାଜକିଆରୀ ପେଟ୍ରୋଲ ପମ୍ପକୁ ୬ଜଣ ଲୋକ ଏକ ନାଲି କଲର କାର ଓ ସ୍କୁଟିରେ ଆସି ପେଟ୍ରୋଲ ଟାଙ୍କିରେ ୮୦ଟଙ୍କାର ପେଟ୍ରୋଲ ମାଗିଥିଲେ । କର୍ମଚାରୀ ସଂଗ୍ରାମ କେଶରୀ ରାଉତ ତେଲଦେବା ସମୟରେ ନାଲି କାରରୁ ଦୁଇଜଣ ଆସି ଭୁଜାଲିରେ ଆକ୍ରମଣ କରିବା ବେଳେ ଆଉ ଦୁଇଜଣ ବୋମା ମାଡ଼ କରିଥିଲେ ।

ଘଟଣା ସ୍ଥଳରେ ସିସି ଟିଭି ଭାଙ୍ଗିବା ସହିତ ସୁବାଷ ସେଠି , ସଂଗ୍ରାମ କେଶରୀ ରାଉତ , ଦାଶରଥି ବେହେରା  ୩ଜଣ କର୍ମଚାରୀଙ୍କ ଠାରୁ ୧ଲକ୍ଷ ୫୦ଟଙ୍କା ଛଡେଇ ନେବା ସହିତ ମାରଣ।ତ୍ମକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନଭିନ ଜାରି ରଖିଥିବା ବେଳେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆହତ ମାନଙ୍କର ଚିକିତ୍ସା କରାଯାଇଛି। ତେବେ ଗଣିଆ କଣ୍ଟିଲୋ ମୁଖ୍ୟ ରାସ୍ତାରେ ଏଭଳି ଘଟଣାରେ ଭୟଭୀତ ହେଉଥିବା ବେଳେ ପୋଲିସ୍ ପକ୍ଷରୁ ବିଭିନ୍ନ ଜାଗାରେ ଛାନଭିନ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.