Below header

ଚୋରି ହୋଇଥିବା ଫୋନ୍‌ ମିଳିଯିବ ତୁରନ୍ତ, ସ୍ୱିଚ୍‌ ଅଫ୍‌ ଥିବେ ବି କରିପାରିବେ ଟ୍ରାକ୍‌

ଏବେର ଡିଜିଟାଲ ଯୁଗରେ ବୁଢ଼ା ଠାରୁ ପିଲାଯାଏଁ ସମସ୍ତଙ୍କ ହାତରେ ମୋବାଇଲ୍ । ଗୋଟିଏ ମୁହୂର୍ତ୍ତ ବି ଫୋନ୍ ବିନା ଜୀବନ ଜିଇଁବା ଯେମିତି କଷ୍ଟକର ହୋଇପଡୁଛି। ଯୁବପିଢ଼ିଙ୍କ ହାତରେ ତ ସବୁବେଳେ ଫୋନ, ଶୋଇଲେ ବସିଲେ, ଟ୍ରାଭେଲ ବେଳେ ସବୁ ସମୟରେ ମୋବାଇଲ। ତେବେ ଏହା ପଛରେ ଅନେକ କାରଣ ମଧ୍ୟ ରହିଛି । ଆଜିକାଲି ହାତରେ ସ୍ମାର୍ଟଫୋନ୍ ଥିଲେ ହାତପାଆନ୍ତାରେ ସବୁ କିଛି ସେବା ପହଞ୍ଚିପାରୁଛି । ମନି ଟ୍ରାନଜାକସନ୍‌ ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ ଗୋଟିଏ କ୍ଲିକରେ ହିଁ ସବୁ ସମ୍ଭବ ହୋଇପାରୁଛି ।

ହେଲେ ଏସବୁ ଭିତରେ ଅସୁବିଧା ସେତେବେଳେ ହୁଏ, ଯେତେବେଳେ ଫୋନ୍ ଚୋରି ହୋଇଯାଏ କିମ୍ବା ଫୋନ୍ ହଜିଯାଏ । ଆପଣଙ୍କ ସହ ଏପରି ହୋଇଛି କି, ଯେ ଆପଣଙ୍କ ଫୋନ୍‌ ହଜି ଯାଇଛି କିମ୍ବା ଚୋରି ହୋଇଯାଇଛି, ଆପଣ କଣ କରିବେ କଣ ନ କରିବେ ହଠାତ୍‌ କିଛି ଜାଣିପାରନ୍ତି ନାହିଁ। ମୁଣ୍ଡ ତ କାମ କରେନି ଯେମିତି ସେହି ସମୟରେ। ତେବେ ଆପଣଙ୍କୁ ଆଉ ଟେନ୍ସନ୍ ନେବାକୁ ପଡ଼ିବ ନାହିଁ । ଏବେ ଆପଣ ଚୋରି ହୋଇଥିବା ଫୋନକୁ ଅତି ସହଜରେ ଟ୍ରାକ୍ କରିପାରିବେ । କେବଳ ଏତିକି ନୁହେଁ ଫୋନ୍ ସ୍ୱିଚ୍ ଅଫ୍ ହୋଇଯିବା ପରେ ମଧ୍ୟ ଟ୍ରାକିଂ ହୋଇପାରିବ । ଏଥିପାଇଁ ଆପଣଙ୍କୁ ଏକ ଆଣ୍ଡ୍ରଏଡ୍ ଆପର ସାହାରା ନେବାକୁ ପଡିବ ।

ତେବେ ଆପଣ ପ୍ରଥମେ କିଛି ସେପ୍ଟି ଟିପ୍ସ ଆପଣାଇ ଫୋନ୍କୁ ଟ୍ରାକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଅନେକ ଆପ୍ ମିଳିଯିବ ।

ଆଣ୍ଡ୍ରଏଡ୍ ୟୁଜର Track it EVEN if it is off କୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼୍ କରିପାରିବେ । ଏହାର ରେଟିଂ ମଧ୍ୟ ବହୁତ ଭଲ ରହିଛି । ଏହାକୁ Hammer Security ଦ୍ୱାରା ବିକଶିତ କରାଯାଇଛି । ଏହାର ସେଟଅପ୍ ପ୍ରକ୍ରିୟା ମଧ୍ୟ ବହୁତ ସହଜ ।

ଆପ୍ ଡାଉନଲୋଡ୍ ହେବା ପରେ ଏହାକୁ open କରି permission ଦେବାକୁ ପଡ଼ିବ । ଏହାର ଏକ ଖାସ ଫିଚର୍ସ ହେଉଛି ଡମି ସୁଇଚ୍ ଅଫ୍ ଏବଂ ଫ୍ଲାଇଟ୍ ମୋଡ୍ । ଏହି କାରଣରୁ ଆପଣ୍ ଫୋନ୍ ସ୍ୱିଚ୍ ଅଫ୍ କଲେ ମଧ୍ୟ ଫୋନ୍ ବନ୍ଦ ହେବ ନାହିଁ । ହେଲେ ଚୋର ଭାବିବ ଫୋନ୍ ସ୍ୱିଚ୍ ଅଫ୍ ଅଛି । ଏହି ଆପ୍ ସହଜରେ ଚୋରକୁ ଧରାପକାଇ ଦେବ ।

ଆପଣଙ୍କ ଡିଭାଇସର ସମସ୍ତ ଆକ୍ଟିଭିଟି ଯେପରି ଲୋକେସନ, ଚୋରି କରିଥିବା ବ୍ୟକ୍ତିଙ୍କ ସେଲଫି ଓ ତା’ ପାଖରେ ଥିବା ଫୋନ୍ ଏବଂ ଅନ୍ୟାନ୍ୟ ବିବରଣୀ ଆପଣଙ୍କ ଏମରଜେନ୍ସି ନମ୍ବରକୁ ଆପେ ଆପେ ଚାଲି ଆସିବ । ଏହି ଆପ୍ ଫୋନର ଲାଇଭ୍ ଲୋକେସନ ମଧ୍ୟ ପଠାଇଥାଏ ।

ଆପଣ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଥିଲେ, ଏହି ଆପ୍ ଆପଣଙ୍କୁ ସାହାଯ୍ୟ କରିବ । ଫୋନ୍ ଚୋରି ହୋଇଗଲେ, ଆପ୍ ବହୁତ କାମରେ ଆସିଥାଏ ।

ତେବେ ଏଇଠି କହି ରଖିବାକୁ ଚାହିଁବୁ ଯେ ଫୋନ୍ ଚୋରି ହେବାମାତ୍ରେ ସର୍ବପ୍ରଥମେ ପୋଲିସ୍ ନିକଟରେ ଅଭିଯୋଗ କରନ୍ତୁ । ପୋଲିସ୍ ଆପଣଙ୍କୁ ନିଶ୍ଚୟ ଏଥିରେ ସହଯୋଗ କରିବ । ଏପରି ଅନେକ ମାମଲା ଦେଖିବାକୁ ମିଳିଛି । ଟ୍ରାକ୍ କରିବା ପରେ ପୋଲିସ୍ ଚୋରି ଫୋନ୍ ଫେରାଇ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.