ମେଣ୍ଟ ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ଏବେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ ବିଜେଡି-ବିଜେପି

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବନି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏବେ ଆରମ୍ଭ ହେବ ଟିକଟ କସରତ । କେଉଁ ଆସନରୁ କିଏ ପ୍ରାର୍ଥୀ ହେବେ ଏଥିପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବନି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏବେ ଆରମ୍ଭ ହେବ ଟିକଟ କସରତ । କେଉଁ ଆସନରୁ କିଏ ପ୍ରାର୍ଥୀ ହେବେ ଏଥିପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ । ଏଭିତରେ ନବୀନ ନିବାସରେ ପ୍ରସ୍ତୁତ ହେଉଛି ୨୪ ମହାଲଢ଼େଇର ବ୍ଲୁ ପ୍ରିଣ୍ଟ। ନିର୍ବାଚନ ମଣ୍ଡଳୱାରୀ ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନିର୍ବାଚନ ମଣ୍ଡଳୀରେ କଣ ରହିଛି ବିଜେଡି ସ୍ଥିତି ? ସବୁ ବିଧାନସଭା ଓ ଲୋକସଭା ଆସନରେ କେମିତି ଦଳ ବିପୁଳ ଭୋଟରେ ଜିତିବ ? ସେସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି । କାହାକୁ କେଉଁଠୁ ପ୍ରାର୍ଥୀ କରାଯିବ, କେଉଁଠି ଦଳ ନୂଆ ଚେହେରା ଦେବ । ସେନେଇ ନେତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଛନ୍ତି ନବୀନ । ଏଯାଏ ୧୧ ସଂସଦୀୟ କ୍ଷେତ୍ର ଓ ୭୭ ବିଧାନସଭା ଆସନର ସମୀକ୍ଷା ସରିଲାଣି ।

ଗତ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୨ଟି ବିଧାନସଭା ଆସନ ହାତେଇଥିବା ବେଳେ ୮ ଲୋକସଭା ଆସନରେ ବିଜୟ ଲାଭ କରିଥିଲା । ଅନ୍ୟପଟେ ଗତ ନିର୍ବାଚନରେ ୧୧୩ ବିଧାନସଭା ଆସନ ଓ ୧୨ ଲୋକସଭା ଆସନ ହାତେଇଥିବା ବିଜେଡି ଏଥର ଡବଲ ହ୍ୟାଟ୍ରିକ୍ କରିବା ଲକ୍ଷ୍ୟ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.