ଭୁବନେଶ୍ବର(କେନ୍ୟୁଜ୍): ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ -୨ର ସମ୍ବର୍ଦ୍ଧାନା ଉତ୍ସାବ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଦଶମ ଓ ଦ୍ଵାଦଶ ଶ୍ରେଣୀ ୯୦ % ରୁ ଅଧିକ ରଖିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ୪୧ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଜିର ଛାତ୍ରଛାତ୍ରୀ ଆଗାମୀ ଦିନର ଭବିଷ୍ୟତ। ଏହି ଭବିଷ୍ୟତ ଘଢ଼ିବାରେ ଶିକ୍ଷା ମୂଳ ଉପାଦେୟ ବୋଲି ମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର,ଅଧ୍ୟକ୍ଷା କ୍ଷଣିକା ଦାସଙ୍କ ସହ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।