ଭଦ୍ରକ : ଏକ ତରଫା ପ୍ରେମରେ ବିଫଳ ପରେ ପ୍ରେମିକର ଉନ୍ମକ୍ତ କାଣ୍ଡ, ନାବାଳିକାକୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ

ଭଦ୍ରକ(କେନ୍ୟୁଜ୍) : ଏକ ତରଫା ପ୍ରେମରେ ବିଫଳ ପରେ ନାବାଳିକାକୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ କରିଛି ପ୍ରେମିକ। ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ନୂଆଗାଁ ଗାଁରେ। ସେହି ଗାଁର ଯୁବକ ସିଦ୍ଧାର୍ଥ ମଳିକ ନାବାଳିକା ଘର ଆଗକୁ ଆସି, ପ୍ରେମ ନିବେଦନ କରିଥିଲା। ତା ସହ ଯିବା ପାଇଁ କହିଥିଲା। ଏଥିରେ ରାଜି ନ ହେବାରୁ ସିଦ୍ଧାର୍ଥ ନାବାଳିକାକ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲା। ନାବାଳିକାଙ୍କ ଚିତ୍କାର ଶୁଣି ପରିବାର ଲୋକ ଘରୁ ବାହାରୁ ଆସି ତାକୁ ଉଦ୍ଧାର କରିଥିଲେ। ନାବାଳିକାକୁ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାକୁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା। ଏ ଘଟଣାକୁ ନେଇ ବାସୁଦେବପୁର ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରୁଛି ପୋଲିସ ।