Below header

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା: ଗିରଫ ହେଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌, ସିବିଆଇ କାର୍ଯ୍ୟାଳୟରେ କଟିଲା ରାତି

ନୂଆଦିଲ୍ଲୀ(କେନ୍ୟୁଜ୍): ଦୁଇ ଦିନର ଡ୍ରାମା ପରେ ଗିରଫ ହେଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଛି ସିବିଆଇ। ଆଜି ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ। ଗତକାଲି ରାତିରେ ଚିଦାମ୍ବରମ୍‌ଙ୍କ ଦିଲ୍ଲୀ ସ୍ଥିତ ଜୋରବାଗ୍‌ ବାସଭବନରେ ପାଚେରୀ ଡେଇଁ ପଶିଥିଲେ ସିବିଆଇ ଟିମ୍‌। ଏହାପରେ ତାଙ୍କୁ ଗାଡ଼ିରେ ବସାଇ, ସିବିଆଇ ତାଙ୍କୁ ମୁଖ୍ୟାଳୟକୁ ନେଇ ଆସିଥିଲା। ପଚରାଉଚରା ପରେ ଚିଦାମ୍ବରମ୍‌ଙ୍କୁ ଗିରଫ କରାଯାଇଥିଲା। ଗତ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ଦେବାକୁ ମନା କରି ଦେଇଥିଲେ। ତାପରଠୁ ତାଙ୍କୁ ଖୋଜୁଥିଲେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଚିଦାମ୍ବରମଙ୍କ ବିରୋଧରେ ଜାରି ହୋଇଥିଲା ଲୁକ୍‌ ଆଉଟ୍‌ ନୋଟିସ। ପାଖାପାଖି ଦୁଇ ଦିନର ଲୁଚକାଳି ଖେଳ ପରେ ଗତକାଲି ସନ୍ଧ୍ୟାରେ ସେ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କରିଥିଲେ ଓ ପରେ ନାଟକୀୟ ପରିସ୍ଥିତିରେ ଗିରଫ ହୋଇଥିଲେ।

ପି. ଚିଦାମ୍ବରମ୍‌ଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ କାର୍ତ୍ତି ଚିଦାମ୍ବରମ୍‌ :

ଅନ୍ଯପଟେ ପି. ଚିଦାମ୍ବରମ୍‌ଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ କାର୍ତ୍ତି ଚିଦାମ୍ବରମ୍‌ । କହିଛନ୍ତି, ରାଜନୈତିକ ଆକ୍ରୋଶ ରଖି ଏପରି କରାଯାଇଛି । ଏହାର କୌଣସି ଆବଶ୍ୟକତା ନଥିଲା । ଏହି ମାମଲା ସହ ପି. ଚିଦାମ୍ବରମ୍‌ଙ୍କ ସଂପର୍କ ନାହିଁ । ଧାରା ୩୭୦ ହଟାଇବା ପରେ ଏହା ଉପରୁ ଧ୍ୟାନ ହଟାଇବା ପାଇଁ ଏପରି ନାଟକ କରାଯାଇଥିବା କହିଛନ୍ତି କାର୍ତ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.