ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ : ଦୁବାଇରୁ ଜଳେଶ୍ୱର ଆସି ପ୍ରେମିକାର ମାଆକୁ କଲା ଆକ୍ରମଣ

ବାଲେଶ୍ୱର (କେନ୍ୟୁଜ୍) : ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ। ଦୁବାଇରୁ ଜଳେଶ୍ୱର ଆସି ଆକ୍ରମଣ। ବାହାଘର ପାଇଁ ମନା କରିବାରୁ ପ୍ରେମିକାର ମାଆକୁ କଟୁରୀରେ ହାଣିଲା ପ୍ରେମିକ। ଭୋଗରାଇ ପୋଲିସ ଅଭିଯୁକ୍ତ କେନ୍ଦ୍ରାପଡ଼ାର ସନିଆ ହୁଇକୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ସନିଆ ଦୁବାଇରେ ଥିବା ସମୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଶ୍ୟାମାନନ୍ଦିପୁରର ଜଣେ ଯୁବତୀଙ୍କ ସହ ଫେସବୁକରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ବିବାହ ପାଇଁ ଯୁବତୀ ଜଣକ ମନାକରିବାରୁ ସନିଆ ଦୁବାଇରୁ ଜଳେଶ୍ୱର ଆସିଥିଲା। ଏହାପରେ ଘରେ ପଶି ଯୁବତୀଙ୍କ ମାଆଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଗିରଫ ପରେ ତା ନିକଟରୁ କଟୁରୀ, ବ୍ୟାଗ ପାସପୋର୍ଟ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.