ବୟଫ୍ରେଣ୍ଡ ଆକାଉଣ୍ଟକୁ ୯୭ଲକ୍ଷ ଟଙ୍କା ପଠାଇବା ଘଟଣା, ଗିରଫ ହେଲା ପ୍ରେମିକ ବିକାଶ

ଭୁବନେଶ୍ୱର(କେ ନ୍ୟୁଜ): ବୟଫ୍ରେଣ୍ଡ ଆକାଉଣ୍ଟକୁ ୯୭ଲକ୍ଷ ଟଙ୍କା ପଠାଇବା ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଅନଲାଇନ୍‌ ଗାମ୍ବଲିଙ୍ଗ୍‌ କରୁଥିଲା ପାୟଲଙ୍କ ବୟଫ୍ରେଣ୍ଡ ବିକାଶ। ରାତାରାତି କୋଟିପତି ହେବାର ନିଶା ଘାରିଥିଲା। ଅନ୍‌ଲାଇନ୍‌ ଜୁଆ ଖେଳି ଟଙ୍କା ଅର୍ଜିବ ବୋଲି ଯୋଜନା କରିଥିଲା ବିକାଶ। ପ୍ରେମିକା ପାୟଲଠାରୁ ୪ ବର୍ଷ ହେଲାଣି ଟଙ୍କା ନେଉଥିଲା। ଆଜି ପାୟଲଙ୍କ ପ୍ରେମିକ ବିକାଶକୁ ଝାଡ଼ଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। ଝାଡ଼ଖଣ୍ଡରୁ ପାୟଲଙ୍କ ବୟଫ୍ରେଣ୍ଡ ବିକାଶକୁ ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ପଚରାଉଚରା କରୁଛି ତମାଣ୍ଡୋ ଥାନା ପୋଲିସ। କମିଶନରେଟ ପୋଲିସର ୪ ଜଣିଆ ଟିମ୍‌ ଗତ ଶନିବାର ଦିନ ରାଞ୍ଚି ପହଞ୍ଚିଥିଲା । ହେଲେ ସେଠାରୁ ଖସି ପଳାଇଥିଲା ବିକାଶ।

ପୁଣି ସେ ହଜାରିବାଗ୍‌ରେ ଥିବା ସୂଚନା ପାଇ ପୋଲିସ ସେଠାକୁ ଯାଇଥିଲା। ହେଲେ ପୋଲିସକୁ ଚକ୍‌ମା ଦେଖାଇ ଖସି ପଳାଇଥିଲା ବିକାଶ। ଶେଷରେ ଚତୁରତାର ସହ ବିକାଶକୁ କାବୁ କରିଥିଲା ପୋଲିସ। ବିକାଶ ଓ ପାୟଲକୁ ଉଭୟଙ୍କୁ ମୁହାଁମୁହିଁ ଜେରା କରିବ ପୋଲିସ। ଟଙ୍କା ହେରପେର ପଛରେ ଆଉ ଦୁଇ ଜଣଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଛି। ଭୁବନେଶ୍ୱରର ଏକ ଘରୋଇ କଲେଜର ଲେଡି ଆକାଉଣ୍ଟାଣ୍ଟ ଭାବେ କା ମ କରୁଥିବା ପାୟଲ ବୟଫ୍ରେଣ୍ଡ ଆକାଉଣ୍ଟକୁ ବର୍ଷକ ଭିତରେ ୯୭ ଲକ୍ଷ ଟଙ୍କା ଫୋନ୍‌ ପେ ଜରିଆରେ ପଠାଇଥିଲେ । ଟଙ୍କା ଗାଏବ ନେଇ କଲେଜ କର୍ତ୍ତୃପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପାୟଲଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.