କେବଳ କାକୁଡ଼ି ନୁହେଁ, ଏହାର ମଞ୍ଜିରେ ବି ଭରି ରହିଛି ଅନେକ ଚମତ୍କାରୀ ଗୁଣ

ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆମେ କାକୁଡ଼ି ଖାଇଥାଉ। ଏଥିରେ ଜଳ ଭାଗ ପ୍ରଚୁର ମାତ୍ରାରେ ରହିଥାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କାକୁଡ଼ି ମଞ୍ଜିରେ ବି ଅନେକ ଔଷଧୀୟ ଗୁଣ ରହିଛି। ଏହା ସୁପରସିଡ୍‌ସ ଭଳି କାମ କରେ। କାକୁଡ଼ି ମଞ୍ଜିର ଅର୍କରେ ହାଇଡ୍ରୋ ଆଲକୋହଲିକ୍‌ ଓ ବ୍ୟୁଟେନଲିକ୍‌ କମ୍ପାଉଣ୍ଡ ରହିଥାଏ, ଯାହା ଶରୀରକୁ ବିଭିନ୍ନ ଫାଇଦା ଯୋଗାଏ। ଏହା ବ୍ୟତୀତ ଏହି ମଞ୍ଜିରେ ଫାଇଭର ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ପାଚନ ତନ୍ତ୍ରକୁ ଠିକ୍‌ କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ କାକୁଡ଼ି ମଞ୍ଜି ଅନ୍ୟ ଫାଇଦା ବି ଯୋଗାଏ। ଆସନ୍ତୁ ଜାଣିବା କାକୁଡ଼ି ମଞ୍ଜି ଖାଇବା ଦ୍ୱାରା ମିଳୁଥିବା ଲାଭ ସମ୍ପର୍କରେ…

ମୁଖ ଦୁର୍ଗନ୍ଧ ଦୂର କରେ:

ପାଟିର ଦୁର୍ଗନ୍ଧ ଦୂର କରିବାରେ କାକୁଡ଼ି ମଞ୍ଜି ସାହାଯ୍ୟ କରେ। କାକୁଡ଼ି ମଞ୍ଜିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଦାନ୍ତକୁ ସୁସ୍ଥ ରଖିବା ସହ କ୍ୟାଭିଟି ସମସ୍ୟାକୁ ଦୂର କରେ। ଏହାର ମଞ୍ଜିକୁ ଚୋବାଇବା ମାଉଥ୍‌ ଫ୍ରେସନର ଭଳି କାମ କରେ ଓ ମୁହଁର ଦୁର୍ଗନ୍ଧକୁ ଦୂର କରେ। ଏହା ବ୍ୟତୀତ ମାଢ଼ିକୁ ସୁସ୍ଥ ରଖି ଲାଳ ତିଆରି କରିବାରେ ବି କାକୁଡ଼ି ମଞ୍ଜି ସାହାଯ୍ୟ କରେ।

cucumber seeds

କୋଲୋଷ୍ଟ୍ରୋଲ କମାଏ:

କାକୁଡ଼ି ମଞ୍ଜିରେ ପଲିଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ଏସିଡ୍‌ ରହିଥାଏ, ଯାହା କୋଲୋଷ୍ଟ୍ରୋଲକୁ କମ୍‌ କରିବାରେ ସାହାଯ୍ୟ କରେ। ଏଥିସହ ଏହାର ଅର୍କ ବ୍ଲଡ୍‌ ଭେସେଲ୍ସକୁ ସଫା ରଖିବାରେ ସାହାଯ୍ୟ କରେ। ଫଳରେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ରୂପେ ହୋଇଥାଏ। କୋଲୋଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିବାକୁ ନିୟମିତ ଖାଦ୍ୟ ଖାଇ ସାରିବା ପରେ ୧ ଚାମଚ କାକୁଡ଼ି ମଞ୍ଜିକୁ ଚୋବାଇ ଚୋବାଇ ଖାଆନ୍ତୁ ଓ ତା’ ପରେ ଗୋଟେ ଗ୍ଲାସ ପାଣି ପିଇ ଦିଅନ୍ତୁ। ଏହା ହାର୍ଟକୁ ବି ସୁସ୍ଥ ରଖେ।

ହଜମ କ୍ରିୟା ତ୍ୱରାନ୍ଵିତ କରେ:

ବଦହଜମି ସମସ୍ୟା ଦେଇ ଗତି କରୁଥିବା ଲୋକ ନିୟମିତ କାକୁଡ଼ି ମଞ୍ଜି ଖାଇବା ଉଚିତ। ଏହା ଶରୀରର ହଜମ କ୍ରିୟାକୁ ତ୍ୱରାନ୍ଵିତ କରିଥାଏ। କାକୁଡ଼ି ମଞ୍ଜିରେ ପ୍ରଚୁର ମାତ୍ରାରେ ଫାଇଭର ରହିଥାଏ। ଏହା ହଜମ ପ୍ରକ୍ରିୟାକୁ ଠିକ୍‌ କରିବାରେ ସାହାଯ୍ୟ କରେ। ଏଥିସହ କୋଷ୍ଠ କାଠିନ୍ୟ ସମସ୍ୟାକୁ ଦୂର କରିବାରେ ବି ଏହା ସାହାଯ୍ୟ କରେ।

ତ୍ୱଚା ଓ କେଶକୁ ଚମକଦାର ବନାଏ:

ତ୍ୱଚା ଓ କେଶ ପାଇଁ କାକୁଡ଼ି ମଞ୍ଜି ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ତ୍ୱଚାକୁ ଚମକଦାର ବନାଇବା ପାଇଁ ମୁହଁରେ କାକୁଡ଼ି ମଞ୍ଜି ସ୍କ୍ରବ୍‌ ବ୍ୟବହାର କରିପାରିବେ। ଏହା ତ୍ୱଚାକୁ ଟାଇଟ୍‌ ରଖେ। ସେହିପରି କେଶରେ ଏହା ହେୟାର ଟନିକ୍‌ ଭଳି କାମ କରେ। ଫଳରେ ଚୁଟି ମଜଭୁତ ହୁଏ।

Also Read: ଆଜି ଅକ୍ଷୟ ତୃତୀୟାରେ କରନ୍ତୁ ଏସବୁ କାମ: ସନ୍ତୁଷ୍ଟ ହେବେ ଧନଲକ୍ଷ୍ମୀ, ଦୂର ହେବ ଆର୍ଥିକ ସମସ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.