ବଲାଙ୍ଗିରରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ, ଯୌତୁକ ପାଇଁ ଯବାନ ସାଜିଲେ ସୈତାନ

ବଲାଙ୍ଗିର(କେନ୍ଯୁଜ୍): ଯୌତୁକ ପାଇଁ ଯବାନ ସାଜିଲେ ସୈତାନ । ପ୍ରେମିକାର ଜୀବନ ନେଲେ ଯବାନ ପ୍ରେମିକ । ବଲାଙ୍ଗିର ଶୁଣ୍ଢିମୁଣ୍ଡା ଗାଁ ୟୁପି ସ୍କୁଲରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ହୋଇଛି ପର୍ଦ୍ଦାଫାସ। ପ୍ରେମିକ ଯବାନ ହିଁ ଯୁବତୀଙ୍କ ହତ୍ୟା କରିଛନ୍ତି । ଯବାନ ସନ୍ତୋଷ ଓ ଯୁବତୀ ସୂର୍ଯ୍ୟକାନ୍ତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହ ପାଇଁ ଦୁଇ ପରିବାର ରାଜି ହୋଇଥିଲେ । କିନ୍ତୁ ଯବାନଙ୍କ ପରିବାର ୩୦ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ ।

ହେଲେ ଯୌତୁକ ଦେବାକୁ ମନା କରିଥିଲେ ଯୁବତୀ ସୂର୍ଯ୍ୟକାନ୍ତିଙ୍କ ପରିବାର । ଏହାପରେ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାକୁ ଡାକି ନେଇଥିଲା ପ୍ରେମିକ । ଉଭୟଙ୍କ ମଧ୍ୟରେ ଶୁଣ୍ଢିମୁଣ୍ଡା ସ୍କୁଲ ଠାରେ ଯୁକ୍ତିତର୍କ ହୋଇଥିଲା । ପରେ ଯୁବତୀଙ୍କୁ ହତ୍ୟା କରି ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲେ ଯବାନ । ଗତ ୧୦ ତାରିଖରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଯବାନଙ୍କ ମୋବାଇଲ୍‌ ଟ୍ରାକ କରି ରାଜ୍ୟ ବାହାରୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.