Below header

ବ୍ରହ୍ମବିଭ୍ରାଟ ଘଟଣା : ଦୋଷ ସ୍ୱୀକାର କଲେ ୧୦ ଜଣଙ୍କ ମଧ୍ୟରୁ ଜଣେ ସେବାୟତ

ପୁରୀ (କେନ୍ୟୁଜ୍) : ବ୍ରହ୍ମବିଭ୍ରାଟ ଘଟଣାରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଜଣେ ସେବାୟତ ଦୋଷ ସ୍ୱୀକାର କରିଛନ୍ତି । ଅନ୍ୟ ୯ ଜଣଙ୍କ ଉତ୍ତର ସନ୍ତେଷଜନକ ନାହିଁ । ସେମାନଙ୍କ ବିରୋଧରେ ହେବ ତଦନ୍ତ । ସେପଟେ ଶ୍ରୀମନ୍ଦିର ନୀତି ବିଭ୍ରାଟ ପାଇଁ ୩୬ ଜଣଙ୍କୁ ନୋଟିସ୍ ଜାରି ହୋଇଛି ।

nebakalebara

୨୦୧୫ ମସିହା ନବକଳେବର ବ୍ରହ୍ମବିଭ୍ରାଟ ଘଟଣାରେ ୧୦ ଜଣ ସେବାୟତଙ୍କ ମଧ୍ୟରୁ ଜଣେ ନିଜର ଦୋଷ ସ୍ୱୀକାର କରି କ୍ଷମା ଚାହିଁଛନ୍ତି । ଅନ୍ୟ ୯ଜଣ ସେବାୟତଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନଥିଲା । ସେମାନଙ୍କ ବିିରୋଧରେ ଶ୍ରୀମନ୍ଦିର ଆଇନ ୨୧ (ଖ) ଧାରାରେ ତଦନ୍ତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେହିପରି ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ରୋକିବା ପାଇଁ ସମୁଦାୟ ୩୬ ଜଣଙ୍କୁ ନୋଟିସ ଜାରି କରାଯାଇଛି । ବିଭ୍ରାଟକୁ ରୋକିବା ପାଇଁ ୩ଟି ପର‌୍ୟ୍ୟାୟରେ ୨ଜଣ ଲେଖାଏଁ ବରିଷ୍ଠ ସେବାୟତ ନୀତିର ତଦାରଖ କରିବେ ।

navakalesa

ସେପଟେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ସୁପ୍ରିମକୋର୍ଟରେ ଥିବା ମାମଲାର ଶୁଣାଣି ଫେବୃଆରୀ ୫ତାରିଖରେ ହେବ । ନୂଆ ଆମିକସ୍ କ୍ୟୁରିଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦେବାସହ ଶ୍ରୀମନ୍ଦିର ମାମଲା ସମ୍ପର୍କରେ ଅବଗତ କରାଯିବ । ସେହିପରି ଶୀମନ୍ଦିରର ସମସ୍ତ ରୀତିନୀତି, ଯାନିଯାତ୍ରା, ଶ୍ରୀକ୍ଷେତ୍ରର ସଂସ୍କୃତିକୁ ନେଇ ଜଗନ୍ନାଥ ବଲ୍ଲଭ ପୀଠରେ ପ୍ରତିଷ୍ଠା ହେବ ଇଣ୍ଟର ପ୍ରିଟେସନ୍ ସେଣ୍ଟର। ଏନେଇ ଦିଲ୍ଲୀର ଏକ ସଂସ୍ଥା ଡିଜାଇନ୍ ପ୍ରସ୍ତୁତ କରିଥିବାବେଳେ ଏହାକୁ ଆଗାମୀ ୨ବର୍ଷ ମଧ୍ୟରେ ଶେଷ କରାଯିବ ।

ଶ୍ରୀମନ୍ଦିର କାର‌୍ୟ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେବାୟତ ଓ ନୀତି ସବ କମିଟିର ବୈଠକରେ ଏପରି ନିଷ୍ପତ୍ତି ନିଷ୍ପତ୍ତି ନିଆଯିବା ସହ ନୀତିକୁ ଶୃଙ୍ଖଳିତ କରିବାକୁ ସହମତି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.