ଜାତୀୟ ସାହସିକତା ପୁରସ୍କାର ପାଇଁ ୨୧ ଜଣ ମନୋନୀତ

ଭୁବନେଶ୍ବର (କେନ୍ଯୁଜ୍) : ଜାତୀୟ ସାହସିକତା ପୁରସ୍କାର ପାଇଁ ଓଡ଼ିଶାର ୪ ଜଣଙ୍କ ସମେତ ମୋଟ ୨୧ ଜଣ ବାଳକବାଳିକା ମନୋନୀତ । ସେମାନଙ୍କ ମଧ୍ୟରୁ ୧୩ ଜଣ ପୁଅ ଓ ୮ ଜଣ ଝିଅ ।  ବିଭିନ୍ନ କ୍ଷେତ୍ରରେ ଅଦମ୍ୟ ସାହସିକତା ପ୍ରଦର୍ଶନ ପାଇଁ ଶିଶୁ ବିକାଶ ଭାରତୀୟ ପରିଷଦ ପକ୍ଷରୁ ଏମାନଙ୍କୁ ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି । ଦିଲ୍ଲୀରେ ଆସନ୍ତା ସାଧାରଣତନ୍ତ୍ର ଦିବସ ଉତ୍ସବରେ ୨୧ଜଣଙ୍କୁ ପୁରସ୍କୃତ କରାଯିବ ।

ଜାତୀୟ ସାହସିକତା ପୁରସ୍କାର ପାଇବା ପାଇଁ ମନୋନୀତ ୪ ଓଡ଼ିଆ ବାଳକବାଳିକାଙ୍କ ମଧ୍ୟରୁ ୨ ଜଣ ପୁଅ ଓ ୨ ଜଣ ଝିଅ । ସେମାନେ ହେଲେ ଶୀତୁ ମଲ୍ଲିକ, ଝିଲି ବାଗ୍‌, ରଞ୍ଜିତା ମାଝୀ ଓ ବିଶ୍ୱଜିତ ପୁହାଣ । କେନ୍ଦ୍ରାପଡ଼ା ଜିଲ୍ଲା କନ୍ଦିରା ଗାଁର ଶୀତୁ ମଲ୍ଲିକଙ୍କୁ ସମ୍ମାନଜନକ ବାପୁ ଗୟାଧନୀ ପୁରସ୍କାର ପ୍ରଦାନ କରାଯିବ । ଶୀତୁ ବାସୁଦେବପୁର ବିଦ୍ୟାପୀଠରେ ଦଶମ ଶ୍ରେଣୀରେ ପଢୁଛନ୍ତି । ସେ ଗତବର୍ଷ ଫେବ୍ରୁଆରି ୨୦ରେ ଗାଁ ପୋଖରୀରେ ତାଙ୍କ ଦାଦା ବିନୋଦ ମଲ୍ଲିକଙ୍କୁ କୁମ୍ଭୀର ମୁହଁରୁ ସାହସିକତା ଦେଖାଇ ବଞ୍ଚାଇ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.