ଗଂଜାମର ବ୍ରିଲିଆଣ୍ଟ ବଏ, ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ କହୁଛନ୍ତି ପଞ୍ଚମ ଶ୍ରେଣୀ ଛାତ୍ର

ଗଞ୍ଜାମ : ସୁଯୋଗ ମିଳିଲେ ମୁଁ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛି । ଆଶାତୀତ ସଫଳତା ପାଇବି ବୋଲି କୁହନ୍ତି ପଞ୍ଚମ ଶ୍ରେଣୀର ଛାତ୍ର ଆଶିଷ ବେହେରା। ଘର ଗଂଜାମ ଜିଲ୍ଲା ଆସିକାରେ। ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀର ପାଠ ହେଉ କି,ଦେଶ ବିଦେଶର ସାଧାରଣ ଜ୍ଞାନ । ଆଇନ୍‌ ପାଠ୍ୟକ୍ରମର ବିଶ୍ଳେଷଣ ହେଉ କି ଆଧ୍ୟାତ୍ମିକ ବିଷୟ ଆଧାରିତ କଥାବସ୍ତୁ । ଅତି ସହଜରେ ଓ ନିର୍ଭୁଲ ଭାବେ କହିପାରୁଛନ୍ତି ଆଶିଷ । ଗାଣିତିକ ସୂତ୍ରଠାରୁ ଆରମ୍ଭ କରି ଜ୍ୟାମିତି, ବ୍ୟାକରଣ, ବିଜ୍ଞାନ, ହିନ୍ଦୀ ଓ ଇଂରାଜୀ ଭାଷାରେ ଅତି ସହଜରେ କହିବା ସହ ଲେଖିପାରୁଛନ୍ତି। ଆସିକାର ଏକ ଘରୋଇ ସ୍କୁଲରେ ପାଠ ପଢିବାପରେ ଏବେ ବ୍ରହ୍ମପୁରର ମାତ୍ରୃଶ୍ରୀ ଅଙ୍ଗ୍ଳୋବେଦିକ୍‌ ସ୍କୁଲରେ ପଢୁଛନ୍ତି ଆଶିଷ।

ଆସିକା ଜୋକବନ୍ଧ ସାହିର ବିଜୟ କୁମାର ବେହେରାଙ୍କ ବଡ଼ପୁଅ ଆଶିଷ। ମୋବାଇଲ ନଥିବାରୁ ,ପୁଅର ଅନଲାଇନ୍‌ ପାଠପଢ଼ା ମଧ୍ୟ ସମ୍ଭବ ହୋଇପାରୁନି। ବହି କିଣିବା ପାଇଁ ନାହିଁ ସମ୍ବଳ। ସ୍କୁଲରେ ଯାହା ପଢାହୁଏ ସେତିକିରେ ହିଁ ମନେ ରଖନ୍ତି ଆଶିଷ। ପୁଅକୁ ଏକ ଆଦର୍ଶ ମଣିଷଟିଏ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି ବାପା ଓ ମାଆ । ଆଶିଷଙ୍କ ଦକ୍ଷତାକୁ ,ଆଗକୁ ଆହୁରି ତୀକ୍ଷ୍ଣ କରିବା ପାଇଁ, ଯଦି କୌଣସି ସ୍ତରରେ ସୁବିଧା ଓ ସୁଯୋଗ ମିଳେ, ରାଜ୍ୟ ତଥା ଦେଶ ପାଇଁ ଆଉ ଏକ ଉଜ୍ଜ୍ୱଳ ପ୍ରତିଭା ସୃଷ୍ଟି କରାଯାଇପାରିବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.