ଏନକାଉଣ୍ଟରରେ ମୁହାଁମୁହିଁ ହେଲେ ଭାଇ-ଭଉଣୀ, ଜଣେ ପୋଲିସ୍‌ ଓ ଆଉ ଜଣେ ନକ୍ସଲ

ମାଲକାନଗିରି(କେନ୍ୟୁଜ୍) : ନକ୍ସଲ ଏନକାଉଣ୍ଟର ବେଳେ ମୁହାଁମୁହିଁ ହେଲେ ଭାଇ-ଭଉଣୀ। ପରସ୍ପର ବିରୋଧରେ ଚଳାଇଲେ ଗୁଳି। ଭାଇ ପୋଲିସରେ, ଭଉଣୀ ନକ୍ସଲ କ୍ୟାମ୍ପରେ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା କଣ୍ଟା ଜଙ୍ଗଲରେ ଗୁଳି ବିନିମୟ ବେଳେ ଦୁହେଁ ସାମନା ସାମନି ହୋଇଥିଲେ। ସହିତ ସପ୍ତାହ ପାଳନ ବେଳେ ଗତ ୨୯ ତାରିଖରେ ଏହି ଏନକାଉଣ୍ଟର ହୋଇଥିଲା। ମାଓବାଦୀ କ୍ୟାମ୍ପରେ ଚଢ଼ାଉ କରିଥିଲା ପୋଲିସ। ଦୀର୍ଘ ସମୟ ଧରି ଉଭୟ ପକ୍ଷରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀ କ୍ୟାମ୍ପରେ ଥିଲେ ଭଉଣୀ ବେଟି କନି । ସେ ଜଣେ ମାଓ କ୍ୟାଡର। ସେହିପରି ତାଙ୍କ ଭାଇ ବେଟି ରାମା ମାଓ କ୍ୟାମ୍ପ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଏବେ ବେ ସିଆରପିଏଫ୍‌ର ଗୁଇନ୍ଦାରେ ଭର୍ତ୍ତି ହୋଇଛନ୍ତି। କଣ୍ଟା ଜଙ୍ଗଲରେ ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ ବେଟି ରାମା। ସୁରକ୍ଷାକର୍ମୀଙ୍କ କାଉଣ୍ଟର ଆଟାକରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଭାଇ-ଭଉଣୀ ବହୁ ଦିନ ପରେ ମୁହାଁମୁହିଁ ହୋଇଥିଲେ।