ଖେଳୁ ଖେଳୁ ଖସିଗଲା ଗୋଡ, ପୋଖରୀରେ ବୁଡି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ

ପୋଖରୀରେ ବୁଡି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ। ଲମତାପୁଟ ବ୍ଲକ ପିପଳପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁ ନିକଟରେ ନୂତନ ଭାବେ ଖୋଳା ଯାଇଥିବା ପୋଖରୀରେ ଜୀନୁ ବଡ଼ନାୟକଙ୍କ ୫ବର୍ଷର ପୁଅ ଯୋଗେଶ ଏବଂ ୧୦ବର୍ଷର ଝିଅ ସନ୍ତୋଷୀ ପୋଖର ରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।

ଲମତାପୁଟ (କେନ୍ୟୁଜ): ପୋଖରୀରେ ବୁଡି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ। ଲମତାପୁଟ ବ୍ଲକ ପିପଳପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁ ନିକଟରେ ନୂତନ ଭାବେ ଖୋଳା ଯାଇଥିବା ପୋଖରୀରେ ଜୀନୁ ବଡ଼ନାୟକଙ୍କ ୫ବର୍ଷର ପୁଅ ଯୋଗେଶ ଏବଂ ୧୦ବର୍ଷର ଝିଅ ସନ୍ତୋଷୀ ପୋଖର ରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।

ବିଲରେ କାର୍ଯ୍ୟ କରୁଥିଲେ ଜୀନୁ ସେହି ସମୟରେ ଦୁଇ ଭାଇ ଭଉଣୀ ଖେଳୁ ଖେଳୁ ନିକଟରେ ଥିବା ପୋଖରୀକୁ ଚାଲିଯାଇଥିଲେ। କିଛି ସମୟ ପରେ ଜୀନୁ ଦୁଇଜଣଙ୍କୁ ଖୋଜା ଖୋଜି ପରେ ମିଳିନଥିଲେ। ସ୍ଥାନୀୟ ଲୋକ ମାନେ ପୋଖରୀରେ ଦୁଇ ଭାଇ ଭଉଣୀ ଭାସୁଥିବା ଦେଖି ବାହାରକୁ ପଡ଼ିଥିଲେ । କିନ୍ତୁ ଦୁଇ ଭାଇ ଭଉଣୀଙ୍କର ଜୀବନ ଚାଲିଯାଇଥିଲା । ଗାଁରେ ସମ୍ପୂର୍ଣ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଛି।