ଏଏସଓ ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ : ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

ଓପିଏସସି ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ଓଡିଶା ଲୋକସେବା ଆୟୋଗର ମେରିଟ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ। କହିଲେ, ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ୍ ଗ୍ରହଣୀୟ ନୁହେଁ । ଆଉ ଥରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

କଟକ (କେନ୍ୟୁଜ): ଓପିଏସସି ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ଓଡିଶା ଲୋକସେବା ଆୟୋଗର ମେରିଟ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ। କହିଲେ, ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ୍ ଗ୍ରହଣୀୟ ନୁହେଁ । ଆଉ ଥରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଓଡିଶା ସେକ୍ରେଟାରୀଏଟ ସର୍ଭିସ ରୁଲ ୧୬ ଅନୁଯାୟୀ କଟ ଅଫ ମାର୍କର ନିୟମ ନାହିଁ। କିନ୍ତୁ କଟ ଅଫ ମାର୍କର ବ୍ୟବସ୍ଥା କରିଥିଲା ଓପିଏସସି।

ସାଧାରଣ ଓ ଏସଇବିସି ପ୍ରାର୍ଥୀଙ୍କ ପାଇଁ ପ୍ରତି ବିଷୟରେ ୪୦% ଓ ଏସସି ଏସଟି ପ୍ରାର୍ଥୀଙ୍କ ପାଇଁ ପ୍ରତି ବିଷୟରେ ୩୦% କଟ ଅଫ କରିଥିଲେ ଓପିଏସସି। କିନ୍ତୁ ଏଗ୍ରିଗେଟ ମେରିଟ ଲିଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଦେଲେ ଏହି ନିର୍ଦ୍ଦେଶ। ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ ୭୯୬ ଏଏସଓ ପଦବୀ ପାଇଁ ହଇଥିଲା ପରୀକ୍ଷା ।