ଏହି ଲୋକ PPF ସ୍କିମରେ କରନ୍ତୁ ନାହିଁ ଇନଭେଷ୍ଟ, ଅଟକି ଯାଇପାରେ ଟଙ୍କା!
ଲୋକମାନେ ଭଲ ସଞ୍ଚୟ କରିପାରିବେ ଏବଂ ଭଲ ରିଟର୍ଣ୍ଣ ପାଇପାରିବେ ଏଥିପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି ।
ଲୋକମାନେ ଭଲ ସଞ୍ଚୟ କରିପାରିବେ ଏବଂ ଭଲ ରିଟର୍ଣ୍ଣ ପାଇପାରିବେ ଏଥିପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି । ଏହି ଯୋଜନା ମାଧ୍ୟମରେ ସରକାର ଲୋକଙ୍କୁ ଭଲ ରିଟର୍ଣ୍ଣ ଦେବାକୁ ଚେଷ୍ଟା କରୁଛନ୍ତି। ସେହିପରି ଏହି ସ୍କିମକୁ ଅଲଗା ଅଲଗା ବର୍ଗ ହିସାବରେ ଡିଜାଇନ କରାଯାଇଛି । ଏଥିମଧ୍ୟରୁ ପିପିଏଫ ସ୍କିମ ମଧ୍ୟ ସାମିଲ ରହିଛି । ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ମାଧ୍ୟମରେ ନିବେଶକମାନଙ୍କୁ ଅନେକ ଫାଇଦା ମିଳିଥାଏ । ଯଦିଓ ଏଥିରେ ବିନିଯୋଗ କରିବା ପୂର୍ବରୁ ସେମାନେ ମଧ୍ୟ କିଛି ଦିଗ ପ୍ରତି ଯତ୍ନବାନ୍ ହେବା ଉଚିତ୍ ।
ପିପିଏଫ ସ୍କିମ୍
କିଛି ଲୋକ ଚାହାଁନ୍ତି ଯେ ଇନଭେଷ୍ଟମେଣ୍ଟରୁ ଶୀଘ୍ର ଲାଭବାନ ହେବେ ଏବଂ ଶୀଘ୍ର ରିଟର୍ଣ୍ଣ ପାଇବେ । ଆହୁରି ମଧ୍ୟ ଲୋକମାନେ ସେମାନଙ୍କର ନିବେଶ ଉପରେ କୌଣସି ଲକ୍-ଇନ୍ ପିରିୟଡ୍ ଚାହାଁନ୍ତି ନାହିଁ ଏବଂ ଯେତେବେଳେ ସେ ଚାହିଁବେ ନିଜ ଇନଭେଷ୍ଟମେଣ୍ଟକୁ ବ୍ୟବହାର କରିପାରିବେ । କିନ୍ତୁ ପିପିଏଫ୍ ସ୍କିମରେ ଏପରି ହୋଇନଥାଏ । ପିପିଏଫ୍ ସ୍କିମରେ ଲଙ୍ଗ ଟର୍ମ ପାଇଁ ଇନଭେଷ୍ଟ କରାଯାଏ ।
ଏମାନଙ୍କ ପାଇଁ ଫାଇଦାପୂର୍ଣ୍ଣ ନୁହେଁ ସ୍କିମ୍
ପିପିଏଫ୍ ଯୋଜନାରେ ଯଦି କୌଣସି ବି ଟଙ୍କା ବିନିଯୋଗ ହୁଏ, ତେବେ ତାହା ୧୫ ବର୍ଷ ପାଇଁ ଲକ୍ ହୋଇଯାଏ । ପିପିଏଫ ସ୍କିମରେ ମ୍ୟାଚୁରିଟି ସମୟ ୧୫ ବର୍ଷ ଏବଂ ପିପିଏଫ ଆକାଉଣ୍ଟରେ ମିଳୁଥିବା ସୁଧ ୧୫ ବର୍ଷ ପରେ ପୂର୍ଣ୍ଣ ରାଶି ସହିତ ମିଳିବ । ଏପରି ପରିସ୍ଥିତିରେ ଯେଉଁମାନେ ସ୍ୱଳ୍ପ ମିଆଦି ବିନିଯୋଗ ବିକଳ୍ପ ଖୋଜୁଛନ୍ତି, ସେହି ଲୋକଙ୍କ ପାଇଁ ଏହି ସ୍କିମ୍ ନୁହେଁ ।
ଏପରି ପରିସ୍ଥିତିରେ ଏହି ଯୋଜନା ସେହି ଲୋକଙ୍କ ପାଇଁ କାମ କରିବ ନାହିଁ ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟଙ୍କା ରଖିବାକୁ ଚାହୁଁନାହାଁନ୍ତି । ଆର୍ଥିକ ବର୍ଷରେ ଏହି ଯୋଜନାରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇପାରିବ। ଏଭଳି ପରିସ୍ଥିତିରେ ଯଦି କେହି ଏକ ଆର୍ଥିକ ବର୍ଷରେ ୧.୫ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଚାହିଁବେ ତାହେଲେ ତାହା ଏହି ସ୍କିମରେ ସମ୍ବବପର ହେବନାହିଁ ।