Below header

ଢେଙ୍କାନାଳ ପୋଲିସକୁ ବଡ଼ ସଫଳତା: ରାମେଶ୍ୱରପୁର ଅଞ୍ଚଳରୁ ୧୪ଲକ୍ଷ ୩୦ହଜାର ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ପୋଲିସକୁ ବଡ଼ ସଫଳତା । ଦୁଇ ସପ୍ତାହ ମଧ୍ୟରେ ପୋଲିସ ଦୁଇ ଦୁଇଥର ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି। ସହରର ରାମେଶ୍ୱରପୁର ଅଞ୍ଚଳରୁ ୧୪୩ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୧୪ଲକ୍ଷ ୩୦ହଜାର ଟଙ୍କା ହେବ ।

ଏହି ଘଟଣାରେ ଅଭିଯୁକ୍ତ ଗଣେଶ୍ୱର ଖୁଣ୍ଟିଆକୁ ଗିରଫ କରାଯାଇଛି । ତା ପାଖରୁ ଏକ ରିଭରଭଲ, ୨ଲକ୍ଷ ୨୬ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ସବୁ ବ୍ରାଉନସୁଗାରକୁ ଖୋର୍ଦ୍ଧା ଓ ବାଲେଶ୍ୱର ଅଞ୍ଚଳରୁ ଆଣି ବେପାର କରାଯାଉଥିବା ଢେଙ୍କାନାଳ ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.