ବାଲେଶ୍ୱର: ମିଲବାଡି ଅଞ୍ଚଳରୁ ୧ କୋଟିର ଧଳାଜହର ସହ ଏକ ବନ୍ଧୁକ ଜବତ

ବାଲେଶ୍ୱର(କେନ୍ୟୁଜ୍): ୧ କୋଟିର ଧଳାଜହର ଜବତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଷ୍ଟେସନ ବଜାରସ୍ଥିତ ମିଲବାଡି ଅଞ୍ଚଳରୁ ଆଜି ଭୋରୁ ଏହି ବ୍ରାଉନ ସୁଗାର ଜବତ ହୋଇଛି। ଜଳେଶ୍ୱର ଅବକାରୀ ବିଭାଗ ଓ କଟକ କେନ୍ଦ୍ରୀୟ ଅବକାରୀ ବିଭାଗର ଏକ ୧୦ଜଣିଆ ଟିମ୍‌ ମିଳିତ ଭାବେ ଚଢାଉ କରି ପ୍ରାୟ ୧ କେଜି ବ୍ରାଉନସୁଗାର ଜବତ କରିଛନ୍ତି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହେଲେ ମିଲବାଡ଼ି ଅଞ୍ଚଳର ସପନ ପ୍ରଧାନ। ଏହାସହ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.