ବାଧକ ସାଜିଲା ବରଫ! ବାହାଘର ପାଇଁ ଏୟାରଲିଫ୍ଟ ହେଲେ ଓଡିଆ ବିଏସଏଫ ଯବାନ

କାମାକ୍ଷାନଗର(କେନ୍ୟୁଜ୍):  କାମାକ୍ଷାନଗର  ବିବାହ ପାଇଁ ସରିଯାଇଥିଲା ସମସ୍ତ ପ୍ରସ୍ତୁତି। ନବବଧୂ ପାଇଁ ଶାଢି,ଶଙ୍ଖା ,ସିନ୍ଦୁର ସହ ଗହଣା ବି କିଣା ସରିଥିଲା। ଜମ୍ମୁ କଶ୍ମିର ସୀମାରେ ନିୟୋଜିତ ବିଏସଏଫ୍‌ ଯବାନ ନାରାୟଣ ବେହେରାଙ୍କ ବିବାହ ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଆଦିପୁରା ଗାଁର ଖଗେଶ୍ଵର ବେହେରା ଘରେ ଥିଲା ଉତ୍ସବ ମୁଖର। କିନ୍ତୁ ଯବାନ ଜଣଙ୍କ ଡ୍ୟୁଟି ସ୍ଥାନରେ ପ୍ରବଳ ତୁସାର ପାତ ପାଇଁ ରାସ୍ତା ବନ୍ଦ ହୋଇଗଲା । ଛୁଟି ପାଇବି ୨୮ ତାରିଖ ସୁଧା ଘରେ ପହଞ୍ଚି ପାରିଲେ ନାହିଁ। ଆଉ ବାଧ୍ୟ ହୋଇ ଉଭୟ ବର ଓ କନ୍ଯା ଘର ପରିବାର ପକ୍ଷରୁ ବିବାହକୁ ମେ ମାସ ୨ ତାରିଖ ଅର୍ଥାତ  କାଲି ପାଇଁ ଧାର୍ଯ୍ଯ କରାଯାଇଥିଲା ।

ନାରାୟଣ ୪ ବର୍ଷ ତଳେ ସେନାବାହୀନିରେ ଯୋଗଦେଇଥିଲେ। ବିବାହ ପାଇଁ ସୀମାରୁ ଘରକୁ ଫେରିପାରୁନଥିବା କଥା ସେନା ଅଧିକାରୀ ଜଣିବା ପରେ ଭାରତୀୟ ସୈନ୍ଯ ବାହିନୀର ସ୍ୱତନ୍ତ୍ର ହେଲିକପ୍ଟର ଚିତା ଯୋଗେ ନାରାୟଣଙ୍କୁ ଶ୍ରୀନଗରକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରୁ ବିମାନ ଯୋଗେ ଦିଲ୍ଲୀ ଓ ସେଠାରୁ ଅନ୍ଯ ଏକ ବିମାନରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ନାରାୟଣ ଏପ୍ରିଲ ୨୯ ତାରିଖରେ ଘରେ ପହଞ୍ଚିଥିଲେ।। ଯାହାକୁ ନେଇ ଉଭୟ ନାରାୟଣଙ୍କ ପଡୋଶୀଙ୍କଠୁ ଆରମ୍ଭ କରି କନ୍ଯା ଘର ପକ୍ଷ ଭୁବନ ଖୁରୁସିଆ ଗ୍ରାମରେ ମଧ୍ୟ ଖୁସିର ମାହୋଲ ଖେଳିଯାଇଛି । ସୀମାରେ ବରଫପାତ ସାଙ୍ଗକୁ ରାସ୍ତା ବନ୍ଦଥିଲା ତେଣୁ ପୁଅ ଫେରିବ କେମିତି ସେ ଚିନ୍ତାରେ ଥିଲେ ଉଭୟ କନ୍ଯା ଓ ବରପକ୍ଷ। ଏଆର ଲିଫ୍ଟ୍‌ ହେଲା ପହଞ୍ଚିଲେ ଜବାନ ଏବେ ଧୂମଧାମରେ ବିବାହକୁ ନେଇ ଉଭୟ ପରିବାର ସହ ଗ୍ରାମବାସୀ ଓ ସାଙ୍ଗସାଥି ଉତ୍ସାହିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.