ବଲିଉଡ୍‌ରେ ପାଦ ଦେବେ ଶେହନାଜ୍‌ ଗିଲ୍‌! ‘କଭି ଇଦ୍‌ କଭି ଦିଓ୍ଵାଲୀ’ରେ ସଲମାନ୍‌ ଖାନ୍‌ଙ୍କ ସହ ଆସିବେ ନଜର

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ବିଗ୍‌ ବସ୍‌ ୧୩ ଫେମ୍‌ ଶେହନାଜ ଗିଲ୍‌। ବଡ଼ ପରଦାକୁ ଆସିବା ପୂର୍ବରୁ ହିଁ ଶେହନାଜ ଗିଲ୍‌ଙ୍କର ଫ୍ୟାନ୍‌ ଫଲୋୟର୍ସ ଆକାଶ ଛୁଆଁ। ଏବେ ସେ ବିଗ୍‌ ସ୍କ୍ରିନ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେବା ପରେ ଫ୍ୟାନ୍‌ମାନେ ବି ତାଙ୍କୁ ସିନେମାରେ ଦେଖିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି।

ଖବର ମୁତାବକ, ପଞ୍ଜାବୀ ସିଙ୍ଗର ତଥା ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଆଗକୁ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ଵାଲୀ’ ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ପୂଜା ହେଗ୍‌ଡେ ନଜର ଆସିବେ। ଏଥିରେ ସଲମାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା ମଧ୍ୟ ଅଛନ୍ତି, ଯିଏ ଅନ୍ତିମ: ଦ ଫାଇନାଲ ଟ୍ରୁଥ୍‌ରେ ଅଭିନୟ କରିଥିଲେ।

 

View this post on Instagram

 

A post shared by Shehnaaz is family (@armyofshehnaaz)

ଶେହନାଜ ବଲିଉଡ୍‌ରେ ଡେବ୍ୟୁ କରିବା ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ସଲମାନ୍‌ ଖାନ୍‌ଙ୍କ ସହ ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିପଡ଼ିଛନ୍ତି। କୁହାଯାଉଛି ଯେ ଶେହନାଜ ଏହି ଫିଲ୍ମରେ ଆୟୁଷଙ୍କ ବିପକ୍ଷରେ ନାୟିକା ସାଜିବେ। କିନ୍ତୁ ଏ ନେଇ ଅଫିସିଆଲି କୌଣସି ସୂଚନା ମିଳିନାହିଁ।

କଭି ଇଦ୍‌ କଭି ଦିଓ୍ଵାଲୀ ଫିଲ୍ମ ୨୦୨୨ ଶେଷ ଆଡ଼କୁ ନଚେତ୍‌ ଆସନ୍ତା ବର୍ଷ ଆରମ୍ଭରେ ରିଲିଜ୍‌ ହେବ ବୋଲି ଆଶା କରାଯାଉଛି। ଏହି ଫିଲ୍ମକୁ ସାଜିଦ୍‌ ନାଡ଼ିୟାଡଓ୍ଵାଲା ତିଆରି କରିବେ ଓ ନିର୍ଦ୍ଦେଶନା ଦେବେ ଫରହାଦ ସାମ୍‌ଜୀ।

 

View this post on Instagram

 

A post shared by sidnaaz1111 (@sidnaaz11114)


ସୂଚନାଯୋଗ୍ୟ ଯେ ସଲମାନ୍‌ ଖାନ୍‌ଙ୍କୁ କଭି ଇଦ୍‌ କଭି ଦିଓ୍ଵାଲୀ ବ୍ୟତୀତ ଅନ୍ୟ କେତେକ ଫିଲ୍ମରେ ମଧ୍ୟ ଦର୍ଶକେ ଖୁବ୍‌ ଶୀଘ୍ର ଦେଖିବେ। ସେ ଖୁବ୍‌ ଶୀଘ୍ର କ୍ୟାଟ୍ରିନା କୈଫ୍‌ଙ୍କ ସହ ଟାଇଗର ୩ରେ ନଜର ଆସିବେ। ଏହି ଫିଲ୍ମରେ ସେ ଜଣେ ର’ ଏଜେଣ୍ଟ ଭୂମିକାରେ ଅଭିନୟ କରୁଛନ୍ତି। ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଇମ୍ରାନ୍‌ ହାସ୍‌ମୀ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ୍‌ ୨୧ ଏପ୍ରିଲ ୨୦୨୩ରେ ବଡ଼ ପରଦାକୁ ଆସିବ। ସେହିପରି ସଲମାନ୍‌ଙ୍କୁ ଆଗକୁ ମେଗାଷ୍ଟାର ଚିରଞ୍ଜିବୀଙ୍କ ସହ ଗଡ୍‌ ଫାଦରରେ ବି ଦେଖିବାକୁ ମିଳିବ। ଏହା ବ୍ୟତୀତ ଏବେ ସଲମାନ୍‌ କିକ୍‌ ୨ରେ ବି କାମ କରୁଛନ୍ତି। ଆଶା କରାଯାଉଛି ଯେ ତାଙ୍କୁ ଶାହାରୁଖ ଖାନ୍‌ଙ୍କ ପଠାନ୍‌ରେ ବି ଦର୍ଶକେ ଦେଖିବେ।

Also Read: ଆଇପ୍ୟାଡ୍‌ରେ ବେଶ୍‌ ମଜାରେ ଗେମ୍‌ ଖେଳୁଛି ବିଲେଇ, ଟିକେ ଘୁଞ୍ଚିଗଲେ ପୁଣି ଟାଣି ଆଣୁଛି ପାଖକୁ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.