ତରଭୁଜ ଖାଇ ମଞ୍ଜି ଫିଙ୍ଗନ୍ତୁ ନାହିଁ…ଜାଣି ରଖନ୍ତୁ ଏହାର ଜବରଦସ୍ତ ଫାଇଦା

କରୋନା କାଳରେ ଇମ୍ୟୁନିଟି କେତେ ଜରୁରୀ, ତାହା ସମସ୍ତେ ଜାଣିଛନ୍ତି। ଏମିତିରେ ତରଭୁଜ ଆପଣଙ୍କ ଇମ୍ୟୁନିଟିକୁ ମଜଭୁତ କରିବାରେ ବେଶ୍‌ ଲାଭଦାୟକ ହୋଇପାରିବ। ତରଭୁଜ ସହିତ ଏହାର ମଞ୍ଜି ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ସବୁ ପ୍ରକାରର ଲାଭ ପହଞ୍ଚାଇ ପାରିବ। ତରଭୁଜ ମଞ୍ଜିକୁ ନିଜ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ ଓ ଏମିନୋ ଏସିଡ୍‌ ଆପଣଙ୍କ ରକ୍ତଚାପ ସମସ୍ୟାକୁ କମ୍‌ କରିବାରେ ସହାୟକ ହୋଇପାରିବ। ଏହାଛଡ଼ା ତରଭୁଜ ମଞ୍ଜି ଆପଣଙ୍କ ଟିସୁକୁ ରିପେୟାର କରି ମାଂସପେଶୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ମାଂସପେଶୀରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ ଦୂର କରିବାରେ ଏହା ବେଶ୍‌ ଫଳପ୍ରଦୀ ହୋଇଥାଏ।

ସାଧାରଣତଃ ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ। ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା ଆପଣଙ୍କୁ ଡିହାଇଡ୍ରେଶନରୁ ବଞ୍ଚାଇଥାଏ। ତେଣୁ ଅଧିକାଂଶ ଲୋକ ଖରାରେ ବାହାରକୁ ଗଲା ମାତ୍ରେ ତରଭୁଜ ଖାଇବାକୁ ପସନ୍ଦ କରି ଥାଆନ୍ତି। ଖରାଦିନେ ଲୁ’ କାରଣରୁ ଆପଣ ଜଲ୍‌ଦି ଥକ୍କା ଅନୁଭବ କରି ଥାଆନ୍ତି, ତେଣୁ ଏମିତି ସ୍ଥିତିରେ ଆପଣଙ୍କୁ ପ୍ରବଳ ମାତ୍ରାରେ ତରଭୁଜ ମଞ୍ଜି ସେବନ କରିବା ଉଚିତ, ଯଦ୍ଦ୍ଵାରା ଆପଣଙ୍କ ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳି ପାରିବ।

ତେବେ ଜାଣି ରଖନ୍ତୁ, ତରଭୁଜ ମଞ୍ଜିରେ ବହୁ ପରିମାଣରେ ମୋନୋସାଚ୍ୟୁରେଟେଡ୍ ଏବଂ ପଲିଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ରହିଥାଏ, ଯାହା ହୃଦଘାତର ଆଶଙ୍କାକୁ ହ୍ରାସ କରିବାରେ ଲାଭଦାୟକ ହୋଇପାରେ। ଏହା ବ୍ୟତୀତ ତରଭୁଜ ମଞ୍ଜି ହିମୋଗ୍ଲୋବିନ ପାଇଁ ବି ବେଶ୍‌ ଲାଭଦାୟକ ହୋଇଥାଏ। ସେହିପରି ଯଦି ଆପଣ ଅଧିକ ଓଜନ ତଥା ମୋଟାପଣ ସମସ୍ୟାରେ ଜୁଝି ହେଉଛନ୍ତି, ତ କମ୍‌ କ୍ୟାଲୋରୀଯୁକ୍ତ ତରଭୁଜ ମଞ୍ଜି ସେବନ କରି ପାରିବେ। ଏହି ମଞ୍ଜି ଆପଣଙ୍କ ଓଜନକୁ ହ୍ରାସ କରାଇବାରେ ଲାଭଦାୟକ ହୋଇପାରିବ। ତରଭୁଜ ମଞ୍ଜିର ଲାଭ ଉଠାଇବା ପାଇଁ ଆପଣ ଏହାକୁ ସାଲାଡ୍‌, ତରକାରୀ କିମ୍ବା ସ୍ନାକ୍ସରେ ସାମିଲ କରି ପାରିବେ।

ତେବେ ତରଭୁଜ ମଞ୍ଜି ଭଳି ଏହାର ଚୋପା ମଧ୍ୟ ଆପଣଙ୍କ ଅନେକ କାମରେ ଆସି ପାରିବ। ଆପଣ ଏହାକୁ ନ ଫିଙ୍ଗି ସେବନ କରି ପାରିବେ। ଯେମିତି କି, ତରଭୁଜ ଚୋପାରେ ଫାଇବରର ମାତ୍ରା ଅଧିକ ଥିବାରୁ ବ୍ଲଡ ପ୍ରେସର ଏବଂ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ। ଏହାଛଡ଼ା ଫାଇବରରେ ଭରପୂର ଫଳ ଖାଇଲେ ନିୟମିତ ରୂପେ ମଳତ୍ୟାଗ କରିବାରେ ବି ସହାୟତା ମିଳି ପାରିଥାଏ। ତରଭୁଜ ଚୋପାରେ ଫାଇବର ଥିବାରୁ ଏହା ଓଜନ ହ୍ରାସରେ ସହାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.