BSKY ସ୍ମାର୍ଟ କାର୍ଡରେ ଚିକିତ୍ସିତ ହେଉଛନ୍ତି ହଜାରେରୁ ଅଧିକ ରୋଗୀ: ରାଉରକେଲାର ଘରୋଇ ଡାକ୍ତରଖାନାରେ କେକ୍ କାଟି ଉତ୍ସବ ପାଳନ

କେନ୍ୟୁଜ୍(ବ୍ୟୁରୋ):  ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡରେ ହିତାଧିକାରୀଙ୍କୁ ମିଳୁଛି ବଡ଼ ଆଶ୍ୱସ୍ତି। ରାଉରକେଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଖୁବ କମ ଦିନ ମଧ୍ୟରେ ଘରୋଇ ଡାକ୍ତରଖାନାରୁ ହଜାରେରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ଏନେଇ ଡାକ୍ତରଖାନା ପରିସରରେ ଏକ ଉତ୍ସବ ପାଳନ କରାଯାଇଥିଲା।

bsky rourkela

ଚିକିତ୍ସିତ ହେଉଥିବା ରୋଗୀମାନେ ମାଗଣା ଚିକିତ୍ସା ସୁବିଧା ପାଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଅର୍ଥାଭାବରୁ ଚିକିତ୍ସା ସୁବିଧା ମିଳୁନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ମାଗଣାରେ ଚିକିତ୍ସା ପାଇଁ ସୁବିଧା ଯୋଗାଇ ଦେଇଛି। ରାଜ୍ୟର ୧୮୩ ଘରୋଇ ଡାକ୍ତରଖାନା ମଧ୍ୟରୁ ପ୍ରଥମେ ଏକହଜାରେ ବିଏସକେଓ୍ଵାଇ କାର୍ଡଧାରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ସହ ସୁସ୍ଥ କରି ପଠାଇବା ଏକ ବଡ଼ ସଫଳତା ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.