Below header

ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଟ୍ରେଜେରିରୁ ବାହାରିଲା ପୁଳା ପୁଳା ପୁରୁଣା ଅଳଙ୍କାର

ବୌଦ୍ଧ(କେନ୍ୟୁଜ୍):  ଟ୍ରେଜେରିରୁ ବାହାରିଲା ପୁଳା ପୁଳା ପୁରୁଣା ଅଳଙ୍କାର । ବୌଦ୍ଧ ମ୍ୟୁଜିୟମରେ ରଖାଯାଇଥିବା ଶତାଧିକ ବର୍ଷର ପୁରୁଣା ଟ୍ରେଜେରିରୁ ବାହାରିଲା ଶହଶହ ବର୍ଷର ପୁରୁଣା ଅଳଙ୍କାର ।

ବୌଦ୍ଧ ମ୍ୟୁଜିୟମ ଆରମ୍ଭ କରାଯାଇଥିବା ବେଳେ ସରକାରୀ ଟ୍ରେଜେରିରେ ଅବହେଳିତ ହୋଇ ବାହାରେ ପଡିଥିବା ୩-୪ଟି ପୁରୁଣା ଲୁହା ନିର୍ମିତ ଟ୍ରେଜେରି ଅଣାଯାଇଥିଲା । ସେହି ପୁରୁଣା ଟ୍ରେଜେରି ମଧ୍ୟରୁ ଗୋଟିଏ ଟ୍ରେଜେରିରେ ବାହାରିଛି ପୁଳା ପୁଳା ପୁରୁଣା ଅଳଙ୍କାର । ମ୍ୟୁଜିୟମ ପରିସରରେ ବାହାରେ ପଡିଥିବା ସେହି ପୁରୁଣା ଟ୍ରେଜେରି ସବୁକୁ ସଫା କରି ରଙ୍ଗ କରିଦେବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଦେଶ ଦେଇଥିଲେ ।

ଆଜି ଟ୍ରେଜିରର ତାଲା ଭଙ୍ଗାଯାଇ ଖୋଲିବା ସମୟରେ ତାହା ଭିତରୁ ବାହାରିଥିଲା ଅଳଙ୍କାର । ଖବର ପାଇ ଜିଲାପାଳ ମ୍ୟୁଜିୟମ ପରିସରରେ ପହଁଚି ତଦାରଖ କରିଥିଲେ । ପରେ ବଣିଆମାନଙ୍କୁ ଡକାଯାଇ ବାହାରିଥିବା ଅଳଙ୍କାର ସବୁର ସଫେଇ କାମ ଚାଲିଛି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯିବା ସହ ପ୍ରଶାସନିକ ଅଧିକାରିମାନେ ଉପସ୍ଥିତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.